ଆସନ୍ତା ଜାନୁଆରିରେ ୯ ଦିନ ବନ୍ଦ ରହିବ ଭିତରକନିକା

0

ରାଜନଗର: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଭିତରକନିକା ଆସନ୍ତା ଜାନୁଆରି ମାସରେ ୯ ଦିନ ବନ୍ଦ ରହିବ । ଆସନ୍ତା ଜାନୁଆରି ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ ବୋଲି ସୂଚନା ମିଳିଛି । ଏହି ଦିନଗୁଡ଼ିକରେ ବଉଳା କୁମ୍ଭୀର ଓ ବିଦେଶାଗତ ପକ୍ଷୀମାନଙ୍କ ଗଣନା କରାଯିବ। ଏହା ସହ ଭିତରକନିକା ଜାତୀୟ ଉଦ୍ୟାନ ସମେତ ସାତଭାୟାର ବିସ୍ତୀର୍ଣ୍ଣ ଜଳାଶୟ, ରାଇପାଟିଆ, ମଠଆଡିଆ, ଗୁପ୍ତିଘାଟ, ହ˚ସିଣା ଘାଟ ଏବ˚ ବତୀଘରର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମିରେ ରାଜନଗର ବନବିଭାଗ ପକ୍ଷରୁ ପକ୍ଷୀଗଣନା କରାଯିବ।ଏହି ଗଣନାରେ ୧୨ଟି ଟିମ୍‌ ସାମିଲ ହେବେ । ଏହି ୯ ଦିନରେ ଭିତରକନିକା ଜାତୀୟଉଦ୍ୟାନରେ ପର୍ଯ୍ୟଟକଙ୍କ ପରିଭ୍ରମଣ ଉପରେ କଟକଣା ଲାଗୁ କରାଯାଇଛି ।

Leave A Reply