ଭେଣ୍ଡି ନଡ଼ିଆ ମସଲା

ଭେଣ୍ଡି – ୩୦୦ ଗ୍ରାମ ( କଟା ହୋଇଥିବା)
ଟମାଟର – ୨ଟି ( କଟା ହୋଇଥିବା)
ପିଆଜ – ୧ଟି ( କଟା ହୋଇଥିବା)
ରସୁଣ – ୫ଟି
ଅଦା – ଅଳ୍ପ
ନଡ଼ିଆ – ୧କପ
କୋରା ନଡ଼ିଆ – ଅଧ କପ
ଜିରା – ୧ ଚାମଚ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ ଗୁଣ୍ଡ – ଅଳ୍ପ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କିଛି ନଡ଼ିଆ ଖଣ୍ଡ, ପିଆଜ, ରସୁଣ, ଟମାଟୋ, ଅଦାକୁ ସାମାନ୍ୟ ପେଷି ଦିଅନ୍ତୁ।
ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା ପକାନ୍ତୁ। ଜିରା ଭାଜିବା ପରେ ଏଥିରେ ପେଷି ଥିବା ମସଲା ପକାଇ କଷନ୍ତୁ। କିଛି ସମୟ କଷିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ପକାଇ ପୁଣି କଷନ୍ତୁ। ଏବେ ଏଥିରେ କଟା ହୋଇଥିବା ଭେଣ୍ଡି ପକାଇ ଗୋଳାଇ ଏକ ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ। ମଝିରେ ମଝିରେ ଢାଙ୍କୁଣୀ କାଢି ଗୋଳାଇ ୧୦ ମିନିଟ ଗ୍ୟାସରେ ବସାନ୍ତୁ। ୧୦ ମିନିଟ ପରେ ଏଥିରେ ନଡ଼ିଆ କୋରା ପକାଇ ପୁଣି ୫ ମିନିଟ ଗ୍ୟାସରେ ବସାଇ ଦିଅନ୍ତୁ। ଏହାପରେ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଭେଣ୍ଡି ନଡ଼ିଆ ମସଲା।

Comments are closed.