ଭୀମା କୋରେଗାଓଁ ମାମଲା: ଅରୁଣ ଫରେରା, ଭର୍ନନ ଗନସାଲଭେସ ଗିରଫ

0

ପୁଣେ : ଭୀମା କୋରେଗାଓଁ ହିଂସାକୁ ନେଇ ପୁଣେ ପୁଲିସ ସାମାଜିକ କର୍ମୀ ଅରୁଣ ଫରେରା ଓ ଭର୍ନନ ଗନସାଲଭେସଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ପରେ ଉଭୟ ଜାମିନ ପାଇଁ ଆବେଦନ କରିଥିବାବେଳେ ପୁଣେ ଦୌରାଜଜ୍‍ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇନ୍ତି। ଜାମିନ ଆବେଦନ ଅଗ୍ରାହ୍ୟ ପରେ ସେମାନଙ୍କୁ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ଅଗଷ୍ଟ ୨୮ରେ ପୁଲିସ ଏହି ସାମାଜିକ କର୍ମୀଙ୍କୁ ଗିରଫ କରି ଗୃହବନ୍ଦୀ କରି ରଖିଥିଲା। ଶୁକ୍ରବାର ସେମାନଙ୍କ ଗୃହବନ୍ଦୀ ଅବଧି ଶେଷ ହୋଇଥିଲା। ଗୃହବନ୍ଦୀ ଅବଧି ବୃଦ୍ଧି କରିବା ଲାଗି ପୁଲିସ ଆବେଦନ କରିଥିବାବେଳେ ବମ୍ବେ ହାଇକୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲା। ଗୃହବନ୍ଦୀ ଅବଧି ବୃଦ୍ଧି ଆବେଦନ ଅଗ୍ରାହ୍ୟ ହେବା ପରେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା। ଭର୍ନନଙ୍କୁ ମୁମ୍ବଇରୁ ଗିରଫ କରାଯାଇଥିବାବେଳେ ଅରୁଣଙ୍କୁ ଥାଣେରୁ ଗିରଫ କରାଯାଇଛି।

Leave A Reply