ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବେଗୁନିଆ : ବେଗୁନିଆ ବ୍ଲକ ପରିସରରେ ଆଜି ଆରମ୍ଭ ହୋଇଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ବିଧାୟକ ରାଜେନ୍ଦ୍ରକୁମାର ସାହୁ ଉଦଘାଟନ କରିଛନ୍ତି ।  ବିଡ଼ିଓ ଲଷ୍ମୀଧର ସାହୁ ଏବଂ ବ୍ଲକ ଅଧ୍ୟକ୍ଷ। ଜାନକୀ ସ୍ୱାଇଁ ଉପସ୍ଥିତ ଥିଲେ । ଆୟୋଜିତ ଏହି ଶିବିରରେ ୮୨ ଜଣ ଶାରୀରିକ ଭିନ୍ନକ୍ଷମ ,୩୦ଜଣ ଶ୍ରବଣ ବାଧିତ, ୧୦ଜଣ ଦୃଷ୍ଟିହୀନ ଏବଂ ୪୩ଜଣ ମାନସିକ ଅନଗ୍ରସର ବ୍ୟକ୍ତି ଡାକ୍ତରଙ୍କ ପାଖରେ ସ୍ୱାସ୍ଥ୍ୟ ପରୀକ୍ଷା କରି ସାର୍ଟିଫିକେଟ ପାଇବା ପାଇଁ ଆବେଦନ କରିଥିଲେ । ସମୃକ୍ତ ବ୍ୟକ୍ତିଙ୍କୁ ସାର୍ଟିଫିକେଟ ଗୁଡିକ ୩ ମାସ ପରେ ମିଳିବ ବୋଲି ବ୍ଲକ ସୂତ୍ରରୁ ଜଣାପଡ଼ିଛି । ବେଗୁନିଆ ବ୍ଲକରେ୨୧ଟି ପଞ୍ଚାୟତ ଥିବାବେଳେ ଆଜି ପୋଡାଡିହ, ପଙ୍ଗାରସିଂହ, କଣ୍ଟାବାଡ଼, ସିମୋର, ବେଗୁନିଆ, ରାଧାକାନ୍ତପୁର ଏବଂ ବଡବେରଣା ଆଦି ୭ ଟି ପଞ୍ଚାୟତ କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ୨୨ ତାରିଖ ଦିନ ହଜଠାରେ ହଜ, ହୀରାପୁର, ସିକୋ, ଶଗଡ଼ଭଙ୍ଗା, ବୋତଳମା ଏବଂ ଗଡ଼ମାଣତିର ଆଦି ୬ ଟି ପଞ୍ଚାୟତ ଏବଂ ୨୪ ତାରିଖ ଦିନ ଗୋବିନ୍ଦପୁର ଠାରେ ଗୋବିନ୍ଦପୁର, ଦେଉଳି, ଡିଙ୍ଗର, ରାଉତପଡା, ଦୁର୍ଗାପୁର, କୁଞ୍ଜୁରୀ, ବାଘମାରୀ ଏବଂ ସାରୁଅପଞ୍ଚାୟତ କୁ ନେଇ ଏହି ଶିବିର ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Comments are closed.