ଭବାନୀପାଟଣା ସହରରେ ବଢୁଛି ଡ୍ରଗ୍ସ କାରବାର, ୨ ଦିନରେ ୮ ଗିରଫ

ଭବାନୀପାଟଣା: କଳାହାଣ୍ଡି ଜିଲାର ସଦର ମହକୁମାର ଭବାନୀପାଟଣା ସହରରେ ଦିନକୁ ଦିନ ଡ୍ରଗ୍ସ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏସ୍‌ପିଙ୍କ ନିର୍ଦେଶ କ୍ରମେ ସହରରେ ଡ୍ରଗ୍ସ କାରବାର ରୋକିବା ପାଇଁ ଭବାନୀପାଟଣା ପୁଲିସ ସ୍ବତନ୍ତ୍ର ଅଭିଯାନ ଚଳାଇଛି। ଗତ ୨ ଦିନ ମଧ୍ୟରେ ପୁଲିସ ବ୍ରାଉନସୁଗାର ସମେତ ଅନ୍ୟା ଡ୍ରଗ୍ସ ଜବତ କରିଥିବାବେଳେ ଏହି ମାମଲାରେ ୮ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ସମ୍ବଲପୁରରୁ ଭବାନୀପାଟଣା ନିୟମିତ ଭାବେ ବ୍ରାଉନସୁଗାର ଓ ଅନ୍ୟ ଡ୍ରଗ୍ସ ଯୋଗାଣ ହେବା ଏବଂ ଭବାନୀପାଟଣା ସହରର ଯୁବ ପିଢ଼ିଙ୍କୁ ଡ୍ରଗ୍ସ ଅଭ୍ୟାସ କରାଯିବା ଘଟଣାରେ କଳାହାଣ୍ଡି ପୁଲିସ ଗତ ୬ ଜୁନରେ ୨ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଠାରୁ ୩୮.୭୨ ଗ୍ରାମ ଡ୍ରଗ୍ସ ଜବତ କରିଛି। ଆଜି ପୁଣି ଭବାନୀପାଟଣା ଏହି ଘଟଣାରେ ସମ୍ପୃକ୍ତ ଥିବା ସହରର ଆଉ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୮୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ଘଟଣା ଭବାନୀପାଟଣା ସହର ସମେତ ସାରା ଜିଲାରେ ଚାଞ୍ଚଲ୍ୟ ଖେଳି ଯାଇଛି। ଭବାନୀପାଟଣା ସହରରେ ବ୍ରାଉନ ସୁଗାର ଓ ଅନ୍ୟ ଡ୍ରଗ୍ସ କାରବାର ବୃଦ୍ଧି ପାଉଥିବା ଏବଂ ସମ୍ବଲପୁର ଓ ଅନ୍ୟାନ୍ୟ ଅଞ୍ଚଳରୁ ଭବାନୀପାଟଣା ନିୟମିତ ବିଭିନ୍ନ ପ୍ରକାର ଚରସ୍, ହେରୋଇନ ଓ ବ୍ରାଉନସୁଗାର ଆଦି ଆସୁଥିବା ବିଶେଷ ସୂତ୍ରରୁ କଳାହାଣ୍ଡି ଏସପି ଶ୍ରବଣ ବିବେକ ଏମ୍ ଖବର ପାଇଥିଲେ। ଏସପି ଶ୍ରୀ ବିବେକ ଙ୍କ ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ସଦର ଥାନା ପୋଲିସ ପାଷ୍ଟିକୁଡି ଛକ ନିକଟରେ ସମ୍ବଲପୁରରୁ ଭବାନୀପାଟଣା ଆସୁଥିବା ଓଡି୦୮ଇ ୮୨୮୮ ନମ୍ବର କାରକୁ ଯାଞ୍ଚ କରି ଉକ୍ତ ଆର୍ଟିକା କାରରୁ ୩୮.୭୨ ଗ୍ରାମ ଡ୍ରଗ୍ସ ଜବତ କରିବା ସହିତ ଭବାନୀପାଟଣା ହିଲ ଟାଉନ ର ମହମ୍ମଦ ସାଜିଦ ପରଭେଜ ଓ କାର ଡ୍ରାଇଭର ଥୁଆମୂଲ ରାମପୁରର ଉଦୟ ନାୟକକୁ ଗିରଫ କରିଥିଲେ। ଏହି ଡ୍ରଗ୍ସ ଭବାନୀପାଟଣା ସହରର ଯୁବପିଢ଼ିଙ୍କୁ ଯୋଗାଇବା ପାଇଁ ଆସୁଥିବା ପୁଲିସ ତଦନ୍ତରେ ଜାଣିବାକୁ ପାଇଛି। ଏସପି ଶ୍ରବଣ ବିବେକ ଏମ୍‌ଙ୍କ ତତ୍ତ୍ବାବଧାନରେ ଭବାନୀପାଟଣା ଟାଉନଥାନା ଆଇଆଇସି ସତ୍ୟ କୁମାର ନନ୍ଦ ତଦନ୍ତ କରି ଭବାନୀପାଟଣା ସହର ୬ ଜଣ ଯୁବକଙ୍କୁ ଆଣି ଜେରା କରିଥିଲେ। ପୁଲିସର ଜେରା ସମୟରେ ସେମାନେ ସମ୍ବଲପୁରରୁ ଡ୍ରଗ୍ସ ଆଣି ଭବାନୀପାଟଣା ସହରର ଯୁବପିଢ଼ିଙ୍କୁ ଯୋଗାଉଥିବା ମାନିଥିଲେ। ପୁଲିସ ସେମାନଙ୍କଠାରୁ ୮୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବ ସହିତ ସେମାନେ ବ୍ୟବହାର କରୁଥିବା ୨ଟି ବାଇକ ଓ ମୋବାଇଲ ଫୋନ ଜବତ କରାଯିବା ସହିତ ସେମାନଙ୍କୁ ତନାଘନା ଜେରା କରିବା ସହିତ କେଉଁ ମାନଙ୍କୁ ଡ୍ରଗ୍ସ ଯୋଗାଉଥିଲେ ଓ ଡ୍ରଗ୍ସ କିଣୁଥିବା ଗ୍ରାହକମାନଙ୍କ ସମ୍ପର୍କରେ ଜାଣିବା ଓ ଏହି ଡ୍ରଗ୍ସ କାରବାର ରେ ଆଉକେଉଁମାନ ସଂମ୍ପୃକ୍ତ ଏବଂ କିଏ ଏହାର କିଙ୍ଗପିନ କିଏ ପୋଲିସ ତଦନ୍ତ ଯୋରଦାର କରିଛି ।ଏହି ଘଟଣା ସାରାଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି।

Comments are closed.