ଡ୍ରଗ୍ସ ଜବତ, ୨ ଗିରଫ

ଭବାନୀପାଟଣା: କଳାହାଣ୍ଡି ପୁଲିସ ଦ୍ୱାରା ସମ୍ବଲପୁରରୁ ଭବାନୀପାଟଣା ଆସୁଥିବା ମିଶ୍ରିତ ଡ୍ରଗ୍ସ ଜବତ ହୋଇଛି। ଏହି ମାମଲାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। କଳାହାଣ୍ଡି ଏସପି ଡ.ଶ୍ରବଣ ବିବେକ ଏମ୍ ବିଶେଷ ସୂତ୍ରରୁ ଓଡି୦୮ଡି ୮୨୮୮ ଆଟିକା କାରରେ ବହୁ ପରିମାଣର ଡ୍ରଗ୍ସ ଭବାନୀପାଟଣା ଆସୁଥିବା ଖବର ପାଇଥିଲେ ଏବଂ ସମ୍ବଲପୁରରୁ ଭବାନୀପାଟଣା ଆସୁଥିବା ଏହି କାର ଚଢ଼ାଉ ପାଇଁ ନର୍ଦେଶ ଦେଇଥିଲେ। ଏସପିଙ୍କ ନିର୍ଦେଶ କ୍ରମେ ଭବାନୀପାଟଣା ସଦର ପୁଲିସ ପାଷ୍ଟିକୁଡି ଛକ ନିକଟରେ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଡ୍ରଗ୍ସ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଉକ୍ତ କାର ଓ ସେଥିରେ ଥିବା ଦୁଇ ଜଣଙ୍କୁ ଥାନାକୁ ଆଣି ପଚରା ଉଚୁରା କରିବା ପରେ ସେମାନଙ୍କୁ ଗିରଫ କରିଥିଲେ। ଉକ୍ତ କାରରୁ ୩୮.୭୨ ଗ୍ରାମ ମିଶ୍ରିତ ଡ୍ରଗ୍ସ ପୁଲିସ ଜବତ କରିଥିବା ସୂଚନା ଦେଇଛି।

Comments are closed.