ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପଣ୍ଡିଗାଁରେ ଘଟିଛି ଅଘଟଣ। ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟ ଘଟିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ପଣ୍ଡିଗାଁର ଘାସିରାମ ଟକରିଆ ଓ ତାଙ୍କର ସମ୍ପର୍କୀୟ ଭାଇ ମାରୀଦେବ ଟକରିଆ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଫଳରେ ସାନ ଭାଇ ମାରିଦେବ ଟକରିଆ ଉତ୍ୟକ୍ତ ହୋଉ ବଡ଼ ଭାଇ ଘାସିରାମ ଟକରିଆଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହତ୍ୟାକାରୀ ମାରୀଦେବ ଟକରିଆ ଫେରାର ମାରିଥିବା ପୁଲିସ ସୂଚନା ଦେଇଛି।

Comments are closed.