ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ଖଜୁରିପଡା/ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଳକ ସଭାଗୃହଠାରେ ବିଡିଓ ରବୀନ୍ଦ୍ର ନାଥ କହଁରଙ୍କ ତତ୍ୱାବଧାନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ତୃଷାରାଣି ପ୍ରଧାନ, ବ୍ଳକ ଉପାଧ୍ୟକ୍ଷ ସୌଦାମିନି କହଁର, ଜିଲା ପରିଷଦ ସଭ୍ୟା ଜୁଲିଲତା ଲେଙ୍କା, ଅନୁରାଧା ସାହୁ, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁର ଓ ଅନ୍ୟମାନେ ଅତିଥିଭାବେ ଯୋଗଦେଇ ୧୪ଟି ପଂଚାୟତର ୧୩୧ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। ୮୦ ଜଣଙ୍କୁ ବାର୍ଦ୍ଧକ୍ୟଭତ୍ତା, ୧୦ଜଣଙ୍କୁ ବିଧବା ଭତ୍ତା, ଦିବ୍ୟାଙ୍ଗଭତ୍ତା ୨୪ ଜଣଙ୍କୁ, ଅବିବାହିତ ୧୬ଜଣଙ୍କୁ ଓ ସ୍ୱାମୀ ପରିତ୍ୟକ୍ତା ଜଣଙ୍କୁ ଭତ୍ତା ବଂଟନ କରାଯାଇଛି।

Comments are closed.