ତିନିଥର ଆବେଦନ ପରେ ମଧ୍ୟ ୬୯ ବର୍ଷୀୟ ବୃଦ୍ଧଙ୍କୁ ଭତ୍ତା ମିଳୁନାହିଁ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ପଞ୍ଚାୟତ କୋଡଖମଣ ଗ୍ରାମର ୬୯ ବର୍ଷୀୟ ବୃଦ୍ଧ ଖଗେଶ୍ବର ମହାନ୍ତଙ୍କୁ ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି । ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ିବା ସହ ତିନି ଥର ଭତ୍ତା ଫର୍ମ ପୂରଣ କରି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳି ନ ଥିବା ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉ ଥିବାରୁ ୬୯ ବର୍ଷୀୟ ଖଗେଶ୍ବରଙ୍କୁ ପ୍ରାଥମିକତା ଭିତ୍ତିରେ ଭତ୍ତା ଦିଆ ଯିବାକୁ ସେ ଅନୁରୋଧ ଜଣାଇଛନ୍ତି ।

Comments are closed.