ବିଚାର ବିଭାଗୀୟ ହାଜତକୁ ଗଲେ କମେଡି କୁଇନ୍ ଭାରତୀ ସିଂହ ଓ ସ୍ୱାମୀ ହର୍ଷ

ମୁମ୍ବଇ : ମନୋରଞ୍ଜନ ଜଗତରେ ପୁଣି ଥରେ ଡ୍ରଗ୍ସ ମାମଲା ଛାଇ ଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଶନିବାର ଦିନ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଘରେ ଗଞ୍ଜେଇ ରଖିବା ଅଭିଯୋଗରେ ଗିରଫ କରିଥିଲା। ପରେ ଆଜି ଭାରତୀଙ୍କ ସ୍ୱାମୀ ତଥା ଲେଖକ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ଗିରଫ କରାଯାଥିଲା। ଭାରତୀ ସିଂଙ୍କ ଓ ତାଙ୍କ ସ୍ୱାମୀ ହର୍ଷଙ୍କର ମେଡ଼ିକାଲ ଯାଂଚ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେମାନେ ଗଂଜେଇ ନେଉଥିବା କଥାକୁ ସ୍ୱୀକାର କରିଥିଲେ ।ଏବେ କୋର୍ଟ ଉଭୟଙ୍କୁ ଡ଼ିସେମ୍ବର ୪ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ଜଣାପଡ଼ିଛି।ସେମାନେ କୋର୍ଟରେ ଜାମିନ୍ ପାଇଁ ଅପିଲ କରିଥିବାବେଳେ ଆସନ୍ତାକାଲି ତାଙ୍କ ଜାମିନ ମାମଲାର ଶୁଣାଣି ହେବ ।

Comments are closed.