ଭୁବନେଶ୍ଵର ଭରତପୁରରେ ଗୋଷ୍ଠୀ ସଂଘର୍ଷ, ୫ ଅଟକ

ଭୁବନେଶ୍ୱର: ଭୁବନେଶ୍ୱରର ଭରତପୁରରେ ୨ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଢ଼େଲା ପଥର ମାଡ ହେବା ସହ ଉତ୍ତେଜନା ଜାରି ରହିଛି । ଖବର ପାଇ ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରୁଛି । ଢେଲାପଥର ମାଡ ହେବା ଫଳରେ କିଛି ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନାଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ଦୁଇ ପରିବାର ମଧ୍ୟରେ ଗାଳିଗୁଲଜ ଆରମ୍ଭ ହୋଇଥିଲା । ପରେ ମାରପିଟ ହୋଇଥିଲେ । ଏହାପରେ ଏହି ଗଣ୍ଡଗୋଳ ଦୁଇଟି ବସ୍ତିକୁ ବ୍ୟାପିଥିଲା । ଏହାପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲେ । ଏହି ଘଟଣାରେ ଖଣ୍ଡଗିରି ପୋଲିସ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

Comments are closed.