ଷ୍ଟଣ୍ଟ କରିବେ ଭାରତୀ

0

ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି! ହଁ, କମେଡିଆନ ଭାରତୀ ସିଂହ ଷ୍ଟଣ୍ଟ କରୁଥିବାର ଦେଖାଯିବେ। ‘ଦ କପିଲ ଶର୍ମା ଶୋ’ ଏବଂ ‘କମେଡି ସର୍କସ’ ପରି ଲୋକପ୍ରିୟ ଶୋ’ରେ ଭାଗ ନେଇସାରିଥିବା ଭାରତୀ ପୁଣି ଛୋଟ ପରଦାକୁ ଫେରିବାକୁ ପ୍ରସ୍ତୁତ ହୋଇସାରିଲେଣି। ଏଥର ତାଙ୍କ ଲେଉଟାଣି ସମ୍ପୂର୍ଣ୍ଣ ଭିନ୍ନ ହେବ। ସେ ମଧ୍ୟ ଏକା ଆସୁନାହାନ୍ତି। ପତି ହର୍ଷଙ୍କ ସହ ଶୋ’ରେ ଭାଗ ନେଉଛନ୍ତି ଭାରତୀ। ଗତ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧିହେବା ପରେ ଭାରତୀ ଏବଂ ହର୍ଷ ପ୍ରଥମ କରି କୌଣସି ଶୋ’ରେ ଏକାଠି ଦେଖାଯିବେ। ଅବଶ୍ୟ ବାହାଘର ପରେ ଅକ୍ଷୟ କୁମାରଙ୍କ ଶୋ’ ‘ଦ ଗ୍ରେଟ୍‍ ଇଣ୍ଡିଆନ୍‍ ଲାଫ୍‍ଟର ଚାଲେଞ୍ଜ’ରେ ଅକ୍ଷୟଙ୍କ ସହ ଭାରତୀଙ୍କୁ ବିଚାରକ ଭାବେ ଦେଖିବାକୁ ମିଳିଥିଲା। ଏହାପରେ ସେ ହର୍ଷଙ୍କ ସହ ମଧୁଚନ୍ଦ୍ରିକା ପାଇଁ ୟୁରୋପ ଚାଲିଯାଇଥିଲେ। ଏବେ ଦୁହେଁ ‘ଖତରୋଁ କେ ଖିଲାଡି-୯’ରେ ଏକାଠି ଆସୁଥିବା ଜଣାଯାଇଛି। ରୋହିତ ସେଟ୍ଟିଙ୍କର ଏହି ଶୋ’ ଜୁଲାଇ ମାସରେ ପ୍ରସାରଣ ଆରମ୍ଭ ହେବ ବୋଲି ଧାର୍ଯ୍ୟ କରାଯାଇଛି।

Leave A Reply