ଅପ୍ରେଲ-ଜୁନରେ ଭାରତୀ ଏୟାରଟେଲର ଲାଭ ୭୩.୫% କମିଲା

0

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଟେଲିକମ କମ୍ପାନୀ ଭାରତୀୟ ଏୟାରଟେଲ ଚଳିତ ବର୍ଷର ଅପ୍ରେଲ-ଜୁନ୍‍ ତ୍ରୈମାସରେ ୯୭.୫ କୋଟି ଟଙ୍କା ଲାଭ କରିଛି। ହେଲେ ଗତ ବର୍ଷ ତୁଳନାରେ ଭାରତୀ ଏୟାରଟେଲର ଲାଭ ୭୩.୫% ହ୍ରାସ ପାଇଛି। ୨୦୧୭ ଅପ୍ରେଲ-ଜୁନ୍‍ ତ୍ରୈମାସରେ ଭାରତୀୟ ଏୟାରଟେଲ୍‍ ୩୬୭.୩ କୋଟି ଟଙ୍କା ଲାଭ କରିଥିଲା। ଚଳିତ ବର୍ଷର ଅପ୍ରେଲ-ଜୁନ୍‍ ତ୍ରୈମାସରେ ଭାରତୀୟ ଏୟାର ଟେଲ ୨୦,୦୮୦ କୋଟି ଟଙ୍କା ଆୟ କରିଛି। ଗତ ବର୍ଷ ତୁଳନାରେ ଆୟ ୮.୬% କମିଛି। ଏହି ତ୍ରୈମାସ ମଧ୍ୟରେ ଭାରତୀୟ ଏୟାରଟେଲ ପ୍ରାୟ ୩୦୮ କୋଟି ଟଙ୍କା କ୍ଷତି ସହିବ ବୋଲି ଥୋମସର ର୍ୟୁଟ୍‍ର ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। ମାତ୍ର ଏହା ଭୁଲ ପ୍ରମାଣିତ ହୋଇଛି। ଭାରତୀ ଏୟାରଟେଲ ଲାଭରେ ରହିଛି। ଉଲ୍ଲେଖ ଯେ ଜାନୁଆରି-ମାର୍ଚ୍ଚ ତ୍ରୈମାସ ମଧ୍ୟରେ ଭାରତୀୟ ଏୟାରଟେଲ ୮୨.୯ କୋଟି ଟଙ୍କା ଲାଭ କରିଥିଲା।

Leave A Reply