୩୫ କୋଟି ଲାଭାଂଶ ପ୍ରଦାନ କଲା ଭାରତ ଡାଇନାମିକ୍ସ ଲିମିଟେଡ୍

ହାଇଦ୍ରାବାଦ ସ୍ଥିତ ଡିଫେନ୍ସ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ଭାରତ ଡାଇନାମିକ୍ସ ଲିମିଟେଡ୍ ସରକାରଙ୍କୁ ୩୫କୋଟି ଟଙ୍କାରୁ ଅଧିକ ଲାଭାଂଶ ପ୍ରଦାନ କରିଛି। ବିଡିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କମୋଡୋର ସିଦ୍ଧାର୍ଥ ମିଶ୍ର ମଙ୍ଗଳବାର ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରି ସରକାରଙ୍କ ଅଂଶଧନ ବାବଦକୁ ଅନ୍ତିମ ଲାଭାଂଶ ଭାବରେ ୩୫.୦୧୮ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଡିଏଲ ପ୍ରତ୍ୟେକ ୧୦ ଟଙ୍କା ଶେୟାର ପ୍ରତି ୨.୫୫ ଟଙ୍କାର ଲାଭାଂଶ ଘୋଷଣା କରିଛି। କମ୍ପାନୀ ଦ୍ୱାରା ଘୋଷିତ ୧୮୩.୨୮ କୋଟି ଟଙ୍କା ଅଂଶଧନର ଏହା ୨୫.୫ ପ୍ରତିଶତ ଅଟେ।

ଏହା ପୂର୍ବରୁ ଚଳିତ ବର୍ଷ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମାର୍ଚ୍ଚ ମାସରେ ଭାରତ ଡାଇନାମିକ୍ସ ଲିମିଟେଡ୍ ୬.୨୫ ଟଙ୍କା ମଧ୍ୟବର୍ତ୍ତିକାଳୀନ ଲାଭାଂଶ ସ୍ୱରୂପ ୧୦୦.୫୨୮ କୋଟି ଟଙ୍କା ସରକାରଙ୍କୁ ପ୍ରଦାନ କରିଥିଲା। ଏହାକୁ ମିଶାଇ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଡିଏଲ ସରକାରଙ୍କୁ ପ୍ରଦାନ କରିଥିବା ମୋଟ ଲାଭାଂଶ ପରିମାଣ ହେଉଛି ୧୩୫.୫୩୬ କୋଟି ଟଙ୍କା।

Comments are closed.