୧୦୦ କୋଟି କ୍ଲବରେ ‘ଭାରତ’

ମୁମ୍ବଇ : ଇଦ୍‍ ଅବସରରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’ ୪ ଦିନରେ ହିଁ ୧୦୦ କୋଟି କ୍ଲବରେ ସାମିଲ ହୋଇଯାଇଛି। ମୁକ୍ତିଲାଭର ପ୍ରଥମ ଦିନରେ ଚଳଚ୍ଚିତ୍ର ୪୨.୩୦ କୋଟି ଟଙ୍କାର ରେକର୍ଡ଼ ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୩୧ କୋଟି ଟଙ୍କା ଆୟ କରିଥିଲା। ସେହିପରି ତୃତୀୟ ଦିନରେ ଚଳଚ୍ଚିତ୍ର ୨୨.୨୦ କୋଟି ଓ ଚତୁର୍ଥ ଦିନ ୨୬.୭୦ କୋଟି ଟଙ୍କାର ବ୍ୟବସାୟ କରିଛି। ଏଥିସହିତ ଚଳଚ୍ଚିତ୍ର ବର୍ତ୍ତମାନ ସୁଦ୍ଧା ମୋଟ୍‍ ୧୨୨.୨୦ କୋଟି ଟଙ୍କା ଆୟ କରିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍‍ କରି ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି।

ଅଲୀ ଅବାସ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ଼ ସୃଷ୍ଟି କରି ଚାଲିଛି। ଏଥିରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ୍‍, ଦିଶା ପଟାନୀ, ସୁନୀଲ ଗ୍ରୋଭର ଓ ଜ୍ୟାକି ଶ୍ରଫ ପ୍ରମୁଖ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରକୁ ସାରା ଦେଶରେ ୪୭୦୦ ପରଦାରେ ମୁକ୍ତିଲାଭ କରାଯାଇଛି।

Comments are closed.