ଆସନ୍ତାକାଲି ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: ମେ’ ୨୫ତାରିଖ ଅର୍ଥାତ୍‌ ଆସନ୍ତାକାଲି ଭାରତ ବନ୍ଦ ରହିବା ନେଇ ଡାକରା ଦିଆଯାଇଛି । ରାଷ୍ଟ୍ରିୟ ପଛୁଆ ବର୍ଗ ମୋର୍ଚ୍ଚ ବା (ବିଏଏମସିଇଏଫ୍‌) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଭାରତ ସରକାରଙ୍କ ଓବିସି ମାନଙ୍କ ଜାତି ଆଧାରିତ ଜନଗଣନା ନକରାଯିବା ବିରୋଧରେ ଆସନ୍ତାକାଲି ଭାରତ ବନ୍ଦ କରାଯିବାକୁ ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଛି । ଏହାକୁ ନେଇ ଉତ୍ତରପ୍ରଦେଶର ରାଜନୈତିକ ଦଳ ବିଏମପି ତାର ପ୍ରତିକ୍ରିୟା ରଖିଛି । ସାହାରନପୁରର ଜିଲ୍ଲା ସଭାପତି ନିରଜଧିମାନ କହିଛନ୍ତି ପଛୁଆ ଜାତିଗୁଡ଼ିକର ସ୍ୱତନ୍ତ୍ର ଜାତିଭିତ୍ତିକ ଜନଗଣନା କରିବାକୁ କେନ୍ଦ୍ର ସରକାର ମନା କରିଛନ୍ତି । ବେସରକାରୀ କ୍ଷେତ୍ରରେ ଏସସି / ଏସଟି / ଓବିସି ପାଇଁ ସଂରକ୍ଷଣର କାର୍ଯ୍ୟାନ୍ୱୟନକୁ ନେଇ ମଧ୍ୟ ସମସ୍ୟା ସୃଷ୍ଟି କରିଛନ୍ତି ।

ଏହାକୁ ନେଇ ମୋର୍ଚ୍ଚା ପକ୍ଷରୁ ଅନେକ ପ୍ରଶ୍ନ କରାଯାଇଥିବା ବେଳେ ବିଭିନ୍ନ ଦାବି ମଧ୍ୟ ରଖାଯାଇଛି ।  କୁହାଯାଇଛି କାହିଁକି ଜାତିଗତ ଆଧାରରେ କେନ୍ଦ୍ର ସରକାର ଓବିସି ଜନଗଣନା କରିନାହାଁନ୍ତି ? ବେସରକାରୀ କ୍ଷେତ୍ରରେ ମଧ୍ୟ ଏସସସ-ଏସଟି ଓ ଓବିସି ସଂରକ୍ଷଣ ଲାଗୁ ହେବା ଉଚିତ । ପୁରୁଣା ପେନସନ ଯୋଜନା ପୁଣିଥଲେ ଲାଗୁ କରାଯିବା ଦରକାର ରହିଛି ।  ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ଦେବା ପାଇଁ ଏକ ଆଇନ ପ୍ରସ୍ତୁତ କରାଯିବା ଆବଶ୍ୟକ ରହିଛି । ତାହା ଛଡ଼ା ଭାରତ ବନ୍ଦକୁ ନେଇ ରାଷ୍ଟ୍ରିୟ ପଛୁଆ ବର୍ଗ ମୋର୍ଚ୍ଚ ପକ୍ଷରୁ ଆହୁରି ଅନେକ ଦାବି ରଖାଯାଇଛି । ତେବେ ଆସନ୍ତାକାଲିର ଏହି ଭାରତ ବନ୍ଦ ଡାକରା କେତେ ସଫଳ ହେବ ତାହା ସ୍ପଷ୍ଟ ହୋଇନଥିବା ବେଳେ କିଛି ପ୍ରଭବ ପଡ଼ିପାରେ ବୋଲି ଅନୁମାନ କରାଯାଉଛି ।

 

Comments are closed.