ବୁଗୁଡ଼ାରେ ଭାରତ ବନ୍ଦର ପ୍ରଭାବ ଶୂନ୍ୟ

ବୁଗୁଡ଼ା : ଭାରତ ସରକାରଙ୍କ ଜାତୀୟ କୃଷି ନୀତିକୁ ବିରୋଧ କରି ବିଭିନ୍ନ କୃଷକ ସଙ୍ଗଠନ ଭରତ ବନ୍ଦ ଡାକରା ଦେଇଥିବା ବେଳେ ବୁଗୁଡ଼ାରେ ଏହାର କୌଣସି ପ୍ରଭାବ ପଡ଼ିନଥିବା ଦେଖାଯାଇଥିଲା । ଭରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିଲା । ଅପର ପକ୍ଷରେ କେବଳ ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ରହିଥିବା ବେଳେ ଅନ୍ୟାନ୍ୟ ଯାନ ବାହାନ ଚଳାଚଳ ସହ ଦୋକାନ ବଜାର ସମ୍ପୂର୍ଣ୍ଣ ଖୋଲା ରହିଥିଲା । ପୂର୍ବରୁ ଏଠାକାର ବିଭିନ୍ନ ଚାଷୀ ସଂଗଠନର କର୍ମକର୍ତ୍ତା କେନ୍ଦ୍ର ସରକାରଙ୍କ କୃଷି ନୀତିକୁ ଦୃଢ ବିରୋଧ କରୁଥିଲା ବେଳେ ଆଜି ଭରତ ବନ୍ଦ ବେଳେ ସେମାନଙ୍କ ଦେଖା ମିଳିନଥିଲା ।

Comments are closed.