ପିପିଲିରେ ଭାରତ ‘ବନ୍ଦ’ର ପ୍ରଭାବ

ପିପିଲି:ଦରବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ପ୍ରସ୍ଥାବିତ ଶ୍ରମ ଆଇନକୁ ବିରୋଧ ତଥା ମୋଦୀ ସରକାରଙ୍କ ଶ୍ରମିକ କର୍ମଚାରୀ ମାରଣନୀତିକୁ ବିରୋଧ କରି ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେସନ ପକ୍ଷରୁ ୨୪ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟ ଓ ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପିପିଲିରେ ବୁଧବାର ଧର୍ମଘଟର ପ୍ରଭାବ ପଡିଥିଲା। ଯାହା ଫଳରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ସିନେମା ହଲ, ଦୋକାନବଜାର ଆଦି ବନ୍ଦ ରହିଥିବା ବେଳେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକ ମଧ୍ୟ ବନ୍ଦ ରହିଥିଲା।

ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ବେସରକାରୀ ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ସରକାରୀ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍‍ ରହିଥିବା ପରିଲକ୍ଷିତ ହୋଇଥିଲା। ସିପିଆଇ(ଏମ୍‍ଏଲ୍‍) ଲିବରେସନ ଓ ଏଆଇସିସିଟିୟୁ ପକ୍ଷରୁ ଶ୍ରମିକ ନେତା ସର୍ବେଶ୍ୱର ଭାରତୀ, ରାଜକିଶୋର ଶତପଥୀ, ମନ୍ଦାକିନୀ ସେଠୀ, ସୁନନ୍ଦ ଗଡନାୟକ, କାହ୍ନୁଚରଣ ବେହେରା ଓ ରବିନ୍ଦ୍ର ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱରେ ୩୦ରୁ ଉର୍ଦ୍ଧ ବାଇକରେ ବିକ୍ଷୋଭକାରୀ ମାନେ ପିପିଲି ବ୍ଳକର ବିଭିନ୍ନ ବଜାର ପରିକ୍ରମା କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ତରାକାଜ ଛକ ଠାରେ ଜାତୀୟ ରାଜପଥକୁ କିଛି ସମୟ ପାଇଁ ଅବରୋଧ କରାଯାଇ ନାରାବାଜି ଦିଆଯାଇଥିଲା।

Comments are closed.