ଦେବଗଡରେ ଭାରତ ବନ୍ଦର ପ୍ରଭାବ: ସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଓ ଯାନ ବାହାନ ଚଳାଚଳ ବନ୍ଦ

ଦେବଗଡ଼଼: ଦରବୃଦ୍ଧି,ଅର୍ଥୀକ ମାନ୍ଦାବସ୍ଥା,ପ୍ରସ୍ତାବିତ ଶ୍ରମ ଆଇନ,ସି.ଏ.ଏ. ଓ ଏନ୍.ଆର୍.ସି.କୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେସନ ପକ୍ଷରୁ ୧୨ ଦଫା ଦାବୀ ପୂରଣ ନେଇ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଦେବଗଡ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ବୁଧବାର ସିଆଇଟିୟୁ ଓ ପଶ୍ଚିମ ଓଡିଶା ବିଦ୍ୟୂତ କର୍ମଚାରୀ ସଂଘ ସମେତ ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷରୁ ପିକେଟିଂ କରାଯାଇ ଦେବଗଡ ସହରର ସମସ୍ତ ଦୋକାନ ବଜାର ଗୁଡିକ ବନ୍ଦ କରଯାଇଥିଲା। ସେହିପରି ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ପିକେଟିଂ କରାଯାଇ ଦେବଗଡ ଜିଲାପାଳଙ୍କ କାର୍ୟ୍ୟାଳୟ ସମେତ ସମସ୍ତ ସରକାରୀ କାର୍ୟ୍ୟାଳୟ, କୋର୍ଟ କଚେରୀ ଓ ସ୍କୁଲ କଲେଜ ଆଦିକୁ ବନ୍ଦ କରାଯାଇଥିଲା। ଏଥିସହ ସମସ୍ତ ବ୍ୟାଙ୍କ ଓ ପୋଷ୍ଟ ଅଫିସ ମଧ୍ୟ ବନ୍ଦ ରହିଥିବା ଜଣାପଡିଛି। ସେହିପରି ସ୍ଥାନୀୟ ପୁରୁଣା ପୋଷ୍ଟ ଅଫିସ ଛକ ଦେଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଆନ୍ଦୋଳନକାରୀ ମାନେ ବସିରହି ଯାନବାହାନ ଗୁଡିକୁ ଅଟକାଇବା ଫଳରେ ସରେରେ ବସ ଓ ଟ୍ରକ ସମେତ ସମସ୍ତ ପ୍ରକାର ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ଏହି ବନ୍ଧ ପାଳନକୁ ଦେବଗଡ ଜିଲା କଂଗ୍ରେସ କମିଟି ମଧ୍ୟ ପୂର୍ଣ୍ଣ ସମର୍ଥନକରି ବନ୍ଦ ପାଳନରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲା।

Comments are closed.