ଭାରତ ବନ୍ଦ: ଭୁବନେଶ୍ବରରେ ଚକ ଅଖ ଜାମ୍

ଭୁବନେଶ୍ବର: ଦରଦାମ ବୃଦ୍ଧି, ବେକାରୀ ସମସ୍ୟାର ପ୍ରତିବାଦ ସହିତ ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ଆହ୍ବାନ କ୍ରମେ ରାଜ୍ୟରେ ବୁଧବାର ଭାରତ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ କଂଗ୍ରେସ ସମେତ ଅନ୍ୟ କେତେକ ସଂଗଠନ ସମର୍ଥନ କରୁଥିବାବେଳେ ବୁଧବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାରୋକୋ ଆନ୍ଦୋଳନ ଆରମ୍ଭ ହୋଇଯାଇଛି।ବନ୍ଦ ପାଳନ ବେଳେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କଂଗ୍ରେସ ଏବଂ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ବିଭିନ୍ନ ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଉଛି। ସକାଳୁ ସକାଳୁ ଭାରତ ବନ୍ଦର ପ୍ରଭାବ ରାଜଧାନୀରେ ବାରି ହୋଇପଡିଥିଲା। ଆନ୍ଦୋଳନକାରୀ ମାନେ ରେଳ ଷ୍ଟେସନରେ ରେଳ ବନ୍ଦ କରିଥିଲେ। ସେହିପରି ରାଜଧାନୀର ମାଷ୍ଟର କ୍ୟାଣ୍ଟିନ, ଆଚାର୍ୟ୍ୟ ବିହାର, ଜୟଦେବ ବିହାର, ସତସଙ୍ଗ ବିହାର, ଡୁମଡୁମା ଭଳି ପ୍ରମୁଖ ଛକରେ ଆନ୍ଦୋଳନକାରୀମାନେ ପିକେଟିଂ କରି ରାସ୍ତାରୋକ କରିଛନ୍ତି । ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଚଳାଚଳ ବନ୍ଦ ରହିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରୁ କଂଗ୍ରେସର ବରିଷ୍ଠ ନେତାମାନେ ଏକ ଶୋଭାଯାତ୍ରାରେ ବାହାରି ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଲୋକମାନଙ୍କୁ ଏନଡିଏ ସରକାରଙ୍କ ଜନ ମାରଣ ନୀତି ବିରୋଧରେ ସ୍ବର ଉତ୍ବଳୋନ ପାଇଁ କହିଥିଲେ।

Comments are closed.