ଡିସେମ୍ବର ୮ ଭାରତ ବନ୍ଦକୁ ସଫଳ କରାଯିବ: ଅକ୍ଷୟ କୁମାର

ନୂଆଦିଲ୍ଲୀ: କେନ୍ଦ୍ରରେ ଏନଡିଏ ସରକାରଙ୍କ କୃଷକ ବିରୋଧିନୀତି ପ୍ରତିବାଦରେ ସଞ୍ଜୁକ୍ତ କୃଷକ ମୋର୍ଚ୍ଚା ଆହ୍ୱାନରେ ପ୍ରସ୍ତାବିତ ଡିସେମ୍ବର ୮ ଭାରତ ବନ୍ଦକୁ ସଫଳ କରାଯିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ତଥା ସଞ୍ଜୁକ୍ତ କୃଷକ ମୋର୍ଚ୍ଚାର କାର୍ଯ୍ୟନିର୍ବାହୀ ସଦସ୍ୟ ଅକ୍ଷୟ କୁମାର କହିଛନ୍ତି। ଏଥିସହ ଡିସେମ୍ବର ୫ରେ ପ୍ରତି ଜିଲା ମୁଖ୍ୟାଳୟରେ ଚାଷୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶିଳ୍ପପତି ଅମ୍ବାନୀ ଓ ଆଦାନିଙ୍କ କୁଶପୁତ୍ତଳିକା ଦାହ କରି ନିଜର ପ୍ରତିବାଦ ଜଣାଇବେ। କେନ୍ଦ୍ର ସରକାରଙ୍କ ତରଫରୁ ନିକଟରେ ଅଣାଯାଇଥିବା ତିନୋଟି ଚାଷୀ ବିରୋଧି ଆଇନକୁ ରଦ୍ଦ କରିବା ଏବଂ କୃଷିଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସମ୍ମତ କରିବା ନିମନ୍ତେ ଚାଷୀଙ୍କ ଲଢ଼େଇରେ ଓଡ଼ିଶାର ଚାଷୀ ମଧ୍ୟ ସାମିଲ ହୋଇଛନ୍ତି। କୃଷକଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି ଲଢ଼େଇ ଜାରି ରହିବ ବୋଲି ଅକ୍ଷୟ କୁମାର ଜଣାଇଛନ୍ତି।

Comments are closed.