ଓଲଟିଲା ଯାତ୍ରୀବାହୀ ବସ୍; ୬ ମୃତ ୪୦ରୁ ଊର୍ଦ୍ଧ୍ଵ ଗୁରୁତର ଆହତ

ଭଞ୍ଜନଗର: ପଶ୍ଚିମବଙ୍ଗ କୋଲକାତାରୁ ଆସୁଥିବା ଏକ ଟ୍ୱିରିଷ୍ଟ ବସ୍‌ ଭଞ୍ଜନଗର ଉପଖଣ୍ଡ କଳିଙ୍ଗାଘାଟି ପୋଲ ନିକଟରେ ଦୁର୍ଘଟଣା ହୋଇଛି । ବସରେ ଥିବା ୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା  ବେଳେ ୪୦ରୁ ଊର୍ଦ୍ଧ୍ଵ ଯାତ୍ରୀ ଗୁରୁତର ଓ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୧୦ଜଣ ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାହାସହ ୩୦ରୁ ୩୫ ଆହତ ଯାତ୍ରୀଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ହୋଇଥିଲା । ବସଟିର ବ୍ରେକ୍‌ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ବସଟି ଓଲଟିପଡ଼ିବାରୁ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟ ଜଣେ ଚିକିତ୍ସିତ ଅବସ୍ଥାରେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ ।

ସମସ୍ତ ମୃତକ ପଶ୍ଚିମବଙ୍ଗର ହୋଇଥିବା ବେଳେ ମୃତ ୬ଜଣଙ୍କ ମଧ୍ୟରେ ୪ଜଣ ମହିଳା ଓ ୨ଜଣ ପୁରଷ ରହିଥିବା ଜଣାପଡ଼ିଛି । ମୃତକ ମାନେ ହେଲେ ସୁପ୍ରିୟା ଦିନରି, ସଞ୍ଜିତ ପାତ୍ର, ରୀମା ଦିନରି, ମୌସୁମୀ ଦିନରି, ବର୍ଣ୍ଣାଳୀ ମନ୍ନା, ବୋଲି ଜଣାପଡ଼ିଛି । ତାହାସହ ସେମାନଙ୍କ ସହ ଆସିଥିବା ଜଣେ ରୋଷେୟାଙ୍କ ମଧ୍ୟ ମୃତ୍ୟୁ ହୋଇଛି ।  ବସରେ ମୋଟ୍‌ ଡ୍ରାଇଭର ସହ ୭୭ଜଣ ଯାତ୍ରୀ ଥିବା କୁହାଯାଉଛି । ବସଟି ଦାରିଙ୍ଗବାଡ଼ିରୁ ବିଶାଖାପାଟଣା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Comments are closed.