କରୋନା ଛଡେଇ ନେଇଛି ମୁହଁରୁ ଆହାର; ଦୁର୍ଦ୍ଦିନରେ ସୁବର୍ଣ୍ଣପୁରର ୪୫ ବାଉଁଶ କାରିଗର ପରିବାର

ଭଞ୍ଜନଗର: କୋଭିଡ -୧୯ ଜାତୀୟ ବିପତ୍ତିକୁ ଆଖି ଆଗରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବାରମ୍ବାର ଲକ୍‍ ଡାଉନ୍‍ ଓ ସଟ୍‍ ଡାଉନ୍‍ ଲ।ଗୁ କରାଯାଇ ସମସ୍ତ ପ୍ରବେଶ ପଥକୁ ସିଲ କରି ଦିଆଯାଇଥିବାରୁ ବହୁ ସଂଖ୍ୟାରେ ସାଧାରଣ ଶ୍ରମଜୀବୀ ଦିଗ ହରା ହୋଇପଡିଛନ୍ତି। ଏହି ପରିପ୍ରେକ୍ଷିରେ ଗଂଜାମ-କନ୍ଧମାଳ ଜିଲ୍ଲା ସୀମାନ୍ତ ତଥା ଭଂଜନଗର ବ୍ଳକର ଶେଷ ଗାଁ ବାଇବାଲି ଠାରୁ ମାତ୍ର ୧ କି.ମି ଦୂର ଇନ୍ଦ୍ରଗଡ ପଞ୍ଚାୟତର ସୁବର୍ଣ୍ଣପୁର ହରିଜନ ବସ୍ତିର ପ୍ରାୟ ୪୫ ବାଉଁଶ କରିଗର ପରିବାର ଦୁର୍ଦ୍ଧିନରେ ଦିନ କାଟୁଛନ୍ତି। ଏମାନେ ଓଳିଏ ଖାଇଲେ ଓଳିଏ ଉପବାସରେ ରହିବା ପରି ପରିସ୍ଥିତି ଉପୁଜିଛି। ପ୍ରଥମେ ସରକାରଙ୍କ ଠାରୁ ୩ ମାସର ଚାଉଳ ଓ ୧ ହଜାର ଟଙ୍କା ଲେଖାଏଁ ମିଳିଥିଲା। ସେ ସବୁ ସରିଯିବା ପରେ ଧାର ଉଦ୍ଧାର କରି କିଛି ଦିନ ଚଳିବା ବେଳେ ଏବେ ଧାନ ରୁଆ ଆରମ୍ଭ ହୋଇଥିବାରୁ ମୂଲ ଲାଗି ପିଲାଙ୍କ ମୁହଁରେ ଆହାର ମୁଠେ ମିଳିଛି। କିଂତୁ, ବିନା ରୋଜଗାରରେ ଏପରି ତେଲ ଲୁଣର ସଂସାର ଆଉ କେତେ ଦିନ ଚଳିବ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏଥିପୂର୍ବରୁ ଏହି ବସ୍ତିର ବାଉଁଶରେ ତିଆରି ବିଭିନ୍ନ ଘରୋଇ ଉପକରଣ ଭଂଜନଗର, ବେଲଗୁଣ୍ଠା ଓ ସୋରଡା ବଜାରରେ ବିକ୍ରି ହେଉଥିଲା। ବ୍ୟବସାୟୀମାନେ ଏମାନଙ୍କ ଠାରୁ ହୋଲେସେଲ କିଣି ନେଇ ସେମାନେ ଭୁବନେଶ୍ୱର, କଟକ, ପୁରୀ ଆଦି ବଡ ବଡ ସହରକୁ ବିକ୍ରିବଟା ପାଇଁ ପଠାଉଥିଲେ। କିଂତୁ, କରୋନା ଯୋଗୁଁ ସହର ବଜାର ବଂଦ ସହ ପରିବହନ ସଂପୂର୍ଣ୍ଣ ବଂଦ ହୋଇ ଯାଇଥିବାରୁ ଏବେ ସମସ୍ତଙ୍କ ଘରେ ବହୁ ପରିମାଣରେ ସାମଗ୍ରୀ ଗଦା ହୋଇ ରହିଛି ଏବଂ ସେ ସବୁ ନଷ୍ଟ ହେବାକୁ ବସିଛି ବୋଲି ବସ୍ତି ବାସିନ୍ଦା ପ୍ରକାଶ କରିଛନ୍ତି। ଅତୀତରେ କାନ୍ଧଭାରରେ ମାଇଲ ମାଇଲ ଧରି ଗାଁ ଗାଁ ବୁଲି ବିକ୍ରି କରୁଥିବା ବେଳେ ଏବେ ସେହି ଅଭ୍ୟାସ ବଂଦ ହୋଇ ଯାଇଥିବାରୁ ସହର ବଜାର ଓ ପରିବହନ ଉପରେ ଭରସା କରିବାକୁ ପଡୁଛି ବୋଲି ଏମାନେ କହିଥିଲେ। ସୂଚନା ଯୋଗ୍ୟ ଯେ ଗତ ୪ ମାସ ଧରି ଏମାନଙ୍କ ରୋଜଗାର ସଂପୂର୍ଣର୍ ଠପ୍‍ ହୋଇ ଯାଇଛି। ସମସ୍ତଙ୍କ ଘରେ ହଜାର ହଜାର ଟଙ୍କାର ବାଇଁଶ ପାତିଆରେ ତିଆରି କୁଲା, ତାଟ, ଟୋକେଇ, ଚିଢି ଓ ବିଂଚଣା ପ୍ରଭୁତି ସାମଗ୍ରୀ ଗଦା ହୋଇ ରହିଛି। ଏବେ ସେ ସବୁ ଖତ ହେବାରେ ଲାଗିଛି ବୋଲି ଗ୍ରାମର ବାହାନ ପରିଛା, ପାଣୁ ପରିଛା, କର୍ଣ୍ଣ ଗନ୍ତାୟତ ଓ ଜଗନ୍ନାଥ ବେହେରା ପମୁଖ ପ୍ରକାଶ କରିଛନ୍ତି। ଏପରି ଘଡିିସନ୍ଧି ମୂହୁର୍ତ୍ତରେ ଭଂଜନଗରର ବିଭିନ୍ନ ଘରୋଇ କଂପାନୀଙ୍କ ଠାରୁ ରୁଣ ଆଣିଥିବା ବସ୍ତିର ମହିଳା ଗ୍ରୁପଙ୍କ ପାଇଁ କାଳ ହୋଇଛି। ୪ ମାସ ଧରି ଏମାନଙ୍କର ତିଆରି ସାମଗ୍ରୀ ଆଦୌ ବିକ୍ରି ହୋଇ ପାରି ନାହିଁ। ଏମାନଙ୍କ ହାତରେ କାଣି କଉଡିଏର ପଇସା ନ ଥିବା ବେଳେ ସେମାନଙ୍କର ରୁଣ ଆଦାୟ କରିବା ପାଇଁ ସଂସ୍ଥାର କର୍ମଚାରୀମାନେ ଦିନ ଦିନ ଧରି ବସ୍ତିରେ ଆସି ବସି ରହୁଛନ୍ତି। ସଂସ୍ଥାର ସାହୁକାର ମହାଜନୀ ବେପାର ଏବେ ସେମାନଙ୍କ ପାଇଁ ଅଧିକ ଜଟିଳ ପରିସ୍ଥିତି ସୃଟି କରିଛି ବୋଲି ମା’ତାରିଣୀ ସଂୟ ସହାୟିକା ଗୋଷ୍ଠିର ପରିଚାଳକ ଅମୂଲ୍ୟ ଗନ୍ତାୟତ ଓ ପାପା ପରିଛା ପ୍ରମୁଖ ଅଭିଯୋଗ କରିଛନ୍ତି। ବସ୍ତିର ଏପରି ୪ଟି ମହିଳା ଗୋଷ୍ଠି ବିଭିନ୍ନ ଅଣ ବ୍ୟାଙ୍କିଂ ଫାଇନାନ୍ସ ସଂସ୍ଥା ଠାରୁ ଗ୍ରୁପ ରୁଣ ଆଣି ଏକାରକମର ଦଶା ଭୋଗ କରୁଛନ୍ତି। ଲକ୍‍ ଡାଉନ୍‍ରେ କାଠ ପକାଇ ରାସ୍ତା ବଂଦ କରାଯିବା ସତ୍ତେ୍‍ô କଂପାନୀର କର୍ମଚାରୀମାନେ ସାଇକେଲ ଧରି ଭଂଜନଗର ପ୍ରାୟ ୩୫ କି.ମି ଦୂର ଅଗମ୍ୟ ଜଙ୍ଗଲ ରାସ୍ତା ପାର ହୋଇ ଗାଁରେ ପହଁଚିଥିବା କଥା ଏହି ମହିଳାମାନେ ଅମିଯୋଗ କରିଥିଲେ। ଦେଶର ତାଲା ବଂଦ ସମୟରେ କୌଣସି କରଜ ଦାତା କିମ୍ବା ରୁଣ ପ୍ରଦାନକାରୀ ସଂସ୍ଥା ରୁଣ ଗ୍ରହୀତାଙ୍କ ଠାରୁ ରୁଣ ଅର୍ଥ ଆଦାୟ କରି ପାରିବ ନାହିଁ ବୋଲି କଡା ନିର୍ଦ୍ଧେଶାବଳୀ ଜାରି କରିଥିଲେ ହେଁ ଇନ୍ଦ୍ରଗଡ ପଞ୍ଚାୟତର ଦୂର୍ଗମ ବନାଞ୍ଚଳ ସୁବର୍ଣର୍ପୁର ହରିଜନ ବସ୍ତିରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି। ନିକଟସ୍ଥ ବଗେଇଜୁ ଗ୍ରାମରୁ ଆସି ଏଠାରେ ଦୀର୍ଘ ୩୫ ବର୍ଷ ଧରି ବସ୍ତି ବାନ୍ଧଥିବା ଏହି ସବୁ ବାଉଁଶ କରିଗର ପରିବାରର ହାରାହାରି ମାତ୍ର ଦିନକୁ ୨୦୦ ଟଙ୍କା ରେ।ଜଗାର ହେଉଥିବା ବେଳେ ପୁଣି ଦିନ ଦିନ ଧରି ବଣରୁ ବାଉଁଶ ସଂଗ୍ରହ କରିବା, ସେଥିରୁ ପୁଣି ପାତି ବାହାର କରିବା ଅତ୍ୟନ୍ତ କଷ୍ଟସାଧ୍ୟ ବେଉଷା ବୋଲି ନିଜ ବାରଣ୍ଡାରେ ବସି କୁଲା ଓ ତାଟ ବୁଣୁଥିବା ମହିଳା ସୁଲୋଚନା ପରିଛା, ଉଜ୍ଜଳ ଗନ୍ତାୟତ ଓ ଭାରତୀ ଗନ୍ତାୟତ ପ୍ରକାଶ କରିଛନ୍ତି। ସୁଲୋଚନାକୁ ୬୦ ବର୍ଷରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ଭତ୍ତା ଖଣ୍ଡେ ମିଳୁ ନାହିଁ ବୋଲି ଅଭିଯୋଗ କରିବା ଳବେଳେ ଗ୍ରାମର ସିମା ପରିଛା ମଧ୍ୟ ପରିଣତ ବୟସରେ ପହଁଚିଥିଲେ ହେଁ ଭତ୍ତା ମିଳୁ ନାହିଁ ବୋଲି ସେ ନିଜେ ଅଭିଯୋଗ କରିଥିଲେ। ବାହାନ ପରିଛାଙ୍କ ୩ ପୁଅ ରାଧାକାନ୍ତ, ମୁନା ଓ କୁନା କେରଳକୁ ଶ୍ରମିକ ଭାବେ କାମ କରିବାକୁ ଯାଇ ସେହି ଅର୍ଥରେ ପକ୍କା ଘର ଖଣ୍ଡେ କରିବା ପରେ ତାର ରାସନ କାର୍ଡର ଚାଉଳ କାଟି ଦେଇଥିବା କଥା ନିଜେ ବାହାନ ଅଭିଯୋଗ କରିଥିବା ବେଳେ ସେମାନେ ଘର ଖଣ୍ଡିଏ ଲେଖାଏଁ କରି ରହିଥିବା ଜାଗାର ଏଯାବତ୍‍ ସେମାନଙ୍କୁ ଘରବାରି ପଟ୍ଟା ଖଣ୍ଡେ ମିଳି ପାରି ନାହିଁ ବୋଲି ଅଭିଯୋଗ କରିଥିଲେ। ବସ୍ତିର ଦେବରାଜ ପରିଛା, ପାଣୁ ନାଇକ, ଟୁନି ନାଇକ, ନଦିଆ ପରିଛା, ରବି ଗନ୍ତାୟତ, ବାବୁଲା ବେହେରା, ସଜନ ପରିଛା ଓ ରାଜହଂସ ପରିଛାର ସେହି ଅଭାବୀ ଉପକରଣ ବିକ୍ରି ସଂପର୍କରେ ଅଭିଯୋଗ କରି ଦୁର୍ଦ୍ଧିନରେ ଦିନ କାଟୁଛନ୍ତି ବୋଲି କହିଥିଲେ।

Comments are closed.