ଏଆଇସିସି ପ୍ରଚାର କମିଟିରେ ଭକ୍ତ ଦାସ

0

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ପ୍ରଚାର କମିଟି, କୋର କମିଟି ଓ ଇସ୍ତାହାର କମିଟିର ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ଏଆଇସିସି ୧୩ଜଣିଆ ପ୍ରଚାର କମିଟିରେ ଓଡ଼ିଶାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରବୀଣ ଚକ୍ରବର୍ତ୍ତୀ ମିଲିନ୍ଦ ଦୋରା , କେତକର କୁମାର, ପୱନ ଖେରା, ଭି.ଡି ସାଥେସାନ, ଆନନ୍ଦ ଶର୍ମା, ଜାଭିୟର ସେରଗିଲ୍‍, ରାଜୀବ ଶୁକ୍ଲା, ଦିବ୍ୟା ସ୍ପନ୍ଦନା , ରଣଦୀପ ସୂରଜୱାଲା, ମନୀଷ ତିୱାରୀ ଓ ପ୍ରମୋଦ ତିୱାରୀ ପ୍ରମୁଖ ରହିଛନ୍ତି। ସେହିଭଳି କୋର କମିଟିରେ ୯ଜଣ ସଦସ୍ୟ ଅଛନ୍ତି। ସେମାନେ ହେଲେ ଏ.କେ ଆଣ୍ଟୋନି, ଗୁଲାମନବୀ ଆଜାଦ୍‍, ପି. ଚିଦାମ୍ବରମ୍‍, ଅଶୋକ ଗେହଲଟ, ମଲିକାର୍ଜୁନ ଖର୍ଗେ, ଅହମ୍ମଦ ପଟେଲ, ଜୟରାମ ରମେଶ, ରଣଦୀପ ସୂରଜୱାଲା,କେ.ସି ବେଣୁଗୋପାଳ।
୧୯ଜଣିଆ ଇସ୍ତାହାର କମିଟିରେ ମନ୍‍ପ୍ରୀତ ବାଦଲ, ପି. ଚିଦାମ୍ବରମ, ସୁସ୍ମିତା ଦେବ, ପ୍ରଫେସର ରାଜୀବ ଗୌଡ଼ା, ଭୂପିନ୍ଦର ସିଂହ ହୁଦା, ଜୟରାମ ରମେଶ, ସଲମାନ ଖୁର୍ସିଦ , ବିନ୍ଦୁ କ୍ରିଷ୍ଣନ, ଶୈଲେଜା କୁମାରୀ, ରଘୁବୀର ମିନ୍ନା, ପ୍ରଫେସର ବାଲଚନ୍ଦ୍ର ମଙ୍ଗେକର ଓ ମିନାକ୍ଷୀ ନଟରାଜନ, ରଜ୍‍ନୀ ପାଟିଲ, ସାମ୍‍ ପ୍ରିଟ୍ରୋଡା, ସଚିନ ରାଓ, ତାମ୍ରଧ୍ୱଜ ସାହୁ, ମୁକୁଲ ସାଙ୍ଗମା, ଶଶି ଥରୁରୁ, ଲଳିତେଷ ତ୍ରିପାଠୀ ପ୍ରମୁଖ ରହିଥିବା ନେଇ ଏଆଇସିସି ସାଧାରଣ ସମ୍ପାଦକ ଅଶୋକ ଗେହେଲଟ୍‍ ପ୍ରେସ ବିବୃତ୍ତି ଦ୍ୱାରା ସୂଚନା ଦେଇଛନ୍ତି।

Leave A Reply