ବିଜେପୁର ଉପନିର୍ବାଚନରେ କଂଗ୍ରେସ ଅଂଶଗ୍ରହଣ କରିଥିଲା ହେଲେ ଦଳ ଭାଗ ନେଇନଥିଲା: ଭକ୍ତ ଦାସ

ବିଜେପୁର: ବିଜେପୁର ଉପନିର୍ବାଚନ ରେ କଂଗ୍ରେସ ଅଂଶଗ୍ରହଣ କରିଥିଲା ହେଲେ ଦଳ ନିର୍ବାଚନ ରେ ଭାଗ ନେଇ ନ ଥିଲା । ପଶ୍ଚିମ ଓଡିଶାରେ କଂଗ୍ରେସ ର ଭୋଟ ବ୍ୟାଙ୍କ ବିଜେପି ଆଡକୁ ସିଫ୍ଟ ହେଉଛି ଏବଂ କଂଗ୍ରେସ ସମ୍ପୁର୍ଣ୍ଣ ଭାବେ ନିରବ । ଏ ନେଇ ଏଆଇସିସି ଦୃଢ ନିଷ୍ପତି ନେବାର ଆବଶ୍ୟକତା ରହିଛି । ଇସାରା ଇସାରା ରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କୁ ପରିବର୍ତନ ପାଇଁ ଭକ୍ତ ଚରଣ ଦାସ ମୁହଁ ଖୋଲିଛନ୍ତି। ବିଜେପୁର ଉପନିର୍ବାଚନରେ କଂଗ୍ରେସ ର ବିପର୍ୟ୍ୟସ୍ତ ପାଇଁ ଦଳ ଦାୟୀ । ବିଜେପୁର ଉପନିର୍ବାଚନ ରେ କଂଗ୍ରେସ ଅଂଶଗ୍ରହଣ କରିଥିଲା ହେଲେ ଦଳ ନିର୍ବାଚନ ରେ ଭାଗ ନେଇ ନ ଥିଲା । ଫଳ ରେ କଂଗ୍ରେସର ପାରମ୍ପାରିକ ଭୋଟବି ବଞ୍ଚାଇ ନପାରି ଅମାନତ ହରାଇବା ପାଇଁ ଦଳ ଦାୟୀ ବୋଲି କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ କ୍ଷୋଭ ପ୍ରକାଶ କରି କହିଛନ୍ତି। ଇସାରା ଇସାରା ରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କୁ ଟାର୍ଗେଟ କରିଛନ୍ତି ଭକ୍ତ ଦାସ। ଭକ୍ତଙ୍କ କହିବା ଅନୁଯାଇ ପଶ୍ଚିମ ଓଡିଶା ଏକଦା କଂଗ୍ରେସର ଗଡ ଥିଲା । ବିଜେପୁରବାସୀ ଏକଦା ସ୍ୱର୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କୁ ଅକୁଣ୍ଠ ସମର୍ଥନ ଦେଇଥିଲେ । ସେହି ବିଜେପୁରରେ ଚଳିତ ଉପ-ନିର୍ବାଚନ ରେ କଂଗ୍ରେସ ମାତ୍ର ୫୮୭୩ ଖଣ୍ଡ ଭୋଟ ପାଇବା ନିଜ ଅମାନତ ବଞ୍ଚାଇ ନପାରିବା ଓଡିଶା କଂଗ୍ରେସ ପାଇଁ ଆତ୍ମସମୀକ୍ଷାର ବେଳ ଏବଂ ଏଥି ପାଇଁ ଖୋଦ କଂଗ୍ରେସ ନେତୃତ୍ୱ ଦାୟୀ । ମହାରାଷ୍ଟ୍ର ଓ ହରିୟାଣା ରେ କଂଗ୍ରେସର ଭୋଟ ପରିମାଣ ବଢିଥିବା ବେଳେ ଓଡିଶାରେ କଂଗ୍ରେସ ସ୍ଥିତି ଶୋଚନୀୟ ହୋଇ ପଶ୍ଚିମ ଓଡିଶାରେ ବିଜେପିକୁ ସ୍ଥାନ ଦିଆଯାଉଛି ଏବଂ ଏଥି ପାଇଁ ଏଆଇସିସି ଦୃଢ ନିଷ୍ପତିର ଆବଶ୍ୟକତା ରହିଛି ବୋଲି ଭକ୍ତ ଚରଣ ଦାସ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ।

Comments are closed.