‘ଭେୟାଜି ସୁପରହିଟ୍‍’ ସହ ବଲିଉଡ୍‍କୁ ଫେରିବେ ପ୍ରୀତି ଜିଣ୍ଟା

0

ମୁମ୍ବଇ : ବହୁ ଦିନ ବ୍ୟବଧାନ ପରେ ବଲିଉଡ୍‍ ଅଭିନେତ୍ରୀ ‘ପ୍ରୀତି ଜିଣ୍ଟା’ ବଡ ପରଦାରେ ନଜର ଆସିବାକୁ ଯାଉଛନ୍ତି। ‘ଭେୟାଜି ସୁପରହିଟ’୍‍ ନାମକ ଏକ ହାସ୍ୟରସାତ୍ମକ ହିନ୍ଦୀ ଚଳଚ୍ଚିତ୍ର ମାଧ୍ୟମରେ ପ୍ରୀତି ବଲିଉଡ୍‍କୁ ପ୍ରତ୍ୟାବର୍ତ୍ତନ କରିବେ। ମହେନ୍ଦ୍ର ଧାରିୱାଲଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମିତ ହେଉଥିବାବେଳେ ଏଥିରେ ନିର୍ଦେଶନା ଦେଉଛନ୍ତି ନିରଜ ପାଠକ। ଚଳଚ୍ଚିତ୍ରରେ ମୂଖ୍ୟ ଭୂମିକାରେ ପ୍ରୀତି ଜିଣ୍ଟା ଓ ସନି ଦେୱଲ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଅର୍ସଦ ୱାର୍ସିି, ଶ୍ରେୟସ ତଲପଡେ, ଅମିଶା ପଟେଲ ଏବଂ ମୁକୁଲ ଦେବ୍‍ଙ୍କ ଭଳି କଳାକାର ନଜର ଆସିବେ। ଚଳିତବର୍ଷ ଅକ୍ଟୋବର ମାସ ୧୯ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ। ପ୍ରୀତି ନିଜର ଇନ୍‍ଷ୍ଟାଗ୍ରାମ ଆକାଉଣ୍ଟ୍‍ରେ ଏହି ଚଳଚ୍ଚିତ୍ରର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଶାଢି ପିନ୍ଧି ହାତରେ ଏକ ବନ୍ଧୁକ ଧରିଥିବା ନଜର ଆସିଛନ୍ତି।

Leave A Reply