ମହାକାର୍ତ୍ତିକ ମାସରେ ସାକ୍ଷୀଗୋପାଳଙ୍କ ମନ୍ଦିର ପାଖରେ ଭାଗବତ ପାରାୟଣ

0

ସୁଆଣ୍ଡୋ : ମହାକାର୍ତ୍ତିକ ମାସ ଅବସରରେ ଗୁରୁବାରଠାରୁ ସତ୍ୟବାଦୀ ସାକ୍ଷୀଗୋପୀନାଥ ଦେବଙ୍କ ମନ୍ଦିର ପାଖରେ ଭାଗବତ ପାରାୟଣ ଆରମ୍ଭ ହୋଇଛି । ନିଆଳି ଭାଗବତ ପାରାୟଣ ପରିଷଦ ଓ ମନ୍ଦିର ସେବାୟତ ସଂଘ ର ମିଳିତ ଆନୁକୂଲ୍ୟରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଛି । ଡା. ରାଧାନାଥ ପଣ୍ଡା ପ୍ରବକ୍ତା ଭାବେ ପ୍ରବଚନ ପ୍ରଦାନ କରୁଛନ୍ତି । ଗୋବିନ୍ଦ ଚନ୍ଦ୍ର ନନ୍ଦ, ପ୍ରଭାତ କୁମାର ତ୍ରିପାଠୀ, ନାରାୟଣ ମିଶ୍ର ପ୍ରମୁଖ ଭାଗବତ ପାରାୟଣ କରୁଛନ୍ତି । ସାତଦିନ ଧରି ଏହି ପୁରାଣପାଠ ଚାଲିବ ବୋଲି ଜଣାପଡିଛି ।

Leave A Reply