ଶତାୟୁ ଭାଗବତ ଟୁଙ୍ଗୀରେ ଭାଗବତ ଜନ୍ମୋତ୍ସବ ଉଦଯାପିତ

ପାଟଣା :  ସାହାରପଡା ବ୍ଲକ ଅନ୍ତର୍ଗତ ଉଦୟପୁର ରାଜ ସାହିରେ ଥିବା ବହୁ ପ୍ରାଚୀନ ଶତାୟୁ ଭାଗବତ ଟୁଙ୍ଗୀରେ ଭାଗବତ ଜନ୍ମୋତ୍ସବ ଆଧ୍ୟାତ୍ମିକ ପରିବେଶରେ ଉଦଯାପିତ ହୋଇଯାଇଛି । ସାତ ଦିନ ବ୍ୟାପି ଆରମ୍ଭ ହୋଇଥିବା ଭାଗବତ ପାରାୟଣ ଉଦଯାପିତ ହୋଇଯାଇଛି। ଏଠାରେ ପ୍ରତ୍ୟହ ପୂଜାବିଧି ସହ ଭାଗବତ ପାଠ, ଗୀତା ପାଠ, ବିଷ୍ଣୁ ସହସ୍ରନାମ ଓ ଶିବ ଚାଳିଶା ଆଦି ପାଠ କରାଯାଇଥିଲା। କାର୍ୟ୍ୟକ୍ରମ ଟି ରମେଶ ଚନ୍ଦ୍ର ରାଜ, ଦୀପକ ରାଜ, ଚତୁର୍ଭୂଜ ପହି, ମୀନାକ୍ଷୀ ରାଜ, କୁମ୍ କୁମ୍ ସାମଲ,ରେଖା ସାମଲ, ଭାଗିରଥି ମୁଦୁଲି ପ୍ରମୁଖ ଉପସ୍ଥିତିରେ ପୂଜକ କାଙ୍ଗାଳି ପଣ୍ଡା ଙ୍କ ଦ୍ବାରା ଠାକୁରଙ୍କ ପୂଜାବିଧି କରାଯାଇଥିଲା।

Comments are closed.