ଭଦ୍ରକର ଆଉ ଦୁଇ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଭଦ୍ରକ : ଭଦ୍ରକ ଜିଲ୍ଲାରେ ଶୁକ୍ରବାର ଆଉ ଜଣେ ପଜିଟିଭ୍ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ପୁଣି ଦୁଇଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଛି। ଶୁକ୍ରବାର ଭଦ୍ରକ ବାସୁଦେବପୁର ବ୍ଲକର ଅରାଣ୍ଡୁଆ ଓ ବ୍ରାହ୍ମଣୀଗାଁ ଗ୍ରାମପଞ୍ଚାୟତକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଛି। ଏହି ଦୁଇ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ବଡ଼ ଆନନ୍ଦପୁର, କଣ୍ଠିସାହି, ଅରାଣ୍ଡୁଆ, କିଆପଡ଼ା, ସାନ ଚନ୍ଦ୍ରଭାନୁପୁର, ହାଟପଡ଼ା, ଛତ୍ରିଆ, ଆୟତ୍ତପୁର ଓ ବ୍ରାହ୍ମଣୀଗାଁକୁ କଣ୍ଟେନମେଣ୍ଟ୍ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ଦୁଇ ଗ୍ରାମ ପଞ୍ଚାୟତ ମଧ୍ୟକୁ ଲୋକମାନଙ୍କୁ ଯିବାକୁ ବାରଣ କରାଯାଇଛି। ଏଥିସହ ଅନ୍ୟ ଲୋକଙ୍କୁ ମଧ୍ୟ ଏହି ଗାଁ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି।

ସୂଚନାଯୋଗ୍ୟ ଶୁକ୍ରବାର ଭଦ୍ରକରେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନିକଟରେ ସେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ମିଳିଛି। ଫଳରେ ଏବେ ରାଜ୍ୟରେ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି

Comments are closed.