ପ୍ରସୂତୀ ମହିଳାଙ୍କ ଜୀବନ ବଞ୍ଚାଇଲେ ଅଗ୍ନିଶମ ଯବାନ

ଭଦ୍ରକ: ଭଦ୍ରକ ଜିଲା ଧମାନଗର ବ୍ଲକ ବାୟାଗିଡିହି ପଞ୍ଚାୟତ ଅନ୍ତର୍ଗତ ଗୋଠିଣା ଗ୍ରାମର ଜଣେ ପ୍ରସୂତୀ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ।  ହିମାଂଶୁ ରାଉତଙ୍କ ସ୍ତ୍ରୀ ଆଶା ରାଣୀ ରାଉତ ଗର୍ଭାବସ୍ଥାରେ ଅତ୍ୟଧିକ ଯନ୍ତ୍ରଣା ହୋଇଥିଲା। ଚାରିଆଡେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ସାହାଯ୍ୟ ନ ପାଇ ହିମାଂଶୁ ତୁରନ୍ତ ଧମାନଗର ଅଗ୍ନିଶମ ବବିଭାଗକୁ ଜଣାଇଥିଲେ। ଅଗ୍ନିଶମ ଅଧିକାରୀ ସୁମନ୍ତ କୁମାର ଜେନା ହାବିଲଦାର ଗୌରୀ ଶଙ୍କର ମଲ୍ଲିକ, ଡ୍ରାଇଭର ଜିତେନ ନୈକ, ମାଝିଆ ହେମରମ, ଜଗନ୍ନାଥ ସାହୁ,ଜୁନାରାମ ମାରାଣ୍ଡି, ପରେଶ ପ୍ରଧାନଙ୍କ ମିଳିତ ଟିମ ଦ୍ଵାରା ବନ୍ୟା ପାଣିରେ ପ୍ରାଏ ୫କିଲୋମିଟର ଅତିକ୍ରମ କରି ଉକ୍ତ ପ୍ରସୂତୀ ମହିଳାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଧମାନଗର ମେଡିକାଲରେ ପହଞ୍ଚାଇଛନ୍ତି। ବିପଦ ସମୟରେ ଦେବଦୂତ ସାଜି ଅଗ୍ନିଶମ ବିଭାଗ ପ୍ରସୂତୀ ମହିଳାଙ୍କର ଜୀବନ ବଞ୍ଚାଇଥିବାରୁ ଗ୍ରାମାଲୋକେ ଧମାନଗର ଅଗ୍ନିଶମ ବାହିନୀକୁ ଅଶେଷ ସାଧୁବାଦ ଜଣାଇଛନ୍ତି।

 

Comments are closed.