ବିବାହ ଭୋଜି ହେଲା କାଳ; ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା !

ଭଦ୍ରକ: ବାହାଘର ଭୋଜି ବେଳେ କୌଣସି ଏକ କଥାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେଗଙ୍ଗାଧରପୁର ଗ୍ରାମର ବିଦ୍ୟାଧର ମାଝୀ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମଞ୍ଚଳ ଥାନା ଅଧିନ ଖଣ୍ଡତଡା ପଞ୍ଚାୟତ ଜଣଙ୍କ ବାହାଘର ଥିଲା ଭଦ୍ରକ ସହର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ । ଏହି ବାହାଘରକୁ ସେହି ପଞ୍ଚାୟତର ବିଜେଗଙ୍ଗାଧରପୁର ଗାଁର ମୃତ ଵିଦ୍ୟାଧର ମାଝୀ ଓ ପରିଡା ସାହିର ଆଦିତ୍ୟ ରାଉତ ଆସିଥିଲେ ଭୋଜି ଖାଇବା ପାଇଁ । ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଥା କଟା କଟି ହୋଇଥିଲେ ।

ଏହାପରେ ସେଠାରେ ଫେରି ଆଦିତ୍ୟ ରାଉତ ବିଜେଗଙ୍ଗାଧରପୁରର ତାରିଣୀ ଛକରେ ଵିଦ୍ୟାଧର ରଖିଥିବା ଗାଡି ପାଖରେ ବୁଦା ମୂଳେ ଛକି ଵସିଥିଲେ । ଏହି ସମୟରେ ଵିଦ୍ୟାଧର ମାଝୀ ଓ ଉତ୍କଳ ରାଉତ ସାଙ୍ଗରେ ଏକ ମୋଟଳସାଇକଲେ ଆସି ତାରିଣୀ ଛକରେ ଓହ୍ଲାଇ ନିଜର ଗାଡି ପାଖକୁ ଯିବା ସମୟରେ ଆଦିତ୍ୟ ଏକ ମୋଟା ବାଉଁଶରେ ବିଦ୍ୟାଧରଙ୍କୁ ପିଟି ଥିଲେ । ସେଠାରେ ତାଙ୍କର ମୃତ ହୋଇଥିଲା । ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି ।

Comments are closed.