ଭଦ୍ରକର ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ବାତ୍ସଲ୍ୟ ପରିସରରେ ‘ସମାଜ’ର ସେବା ଓ ସେବକ ସପ୍ତାହ ପାଳନ

ଭଦ୍ରକ: ଦୈନିକ ଖବରକାଗଜ ‘ସମାଜ’ ପରିବାର ପକ୍ଷରୁ ସେବା ଓ ସେବକ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଭଦ୍ରକର ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ ବାତ୍ସଲ୍ୟ ପରିସରରେ ‘ସମାଜ’ ପରିବାର ପକ୍ଷରୁ ସେବା ଓ ସେବକ ସପ୍ତାହ ପାଳନ କରାଯାଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଲାଗି ଖାଦ୍ୟସାମଗ୍ରୀ ଅନୁଷ୍ଠାନକୁ ପ୍ରଦାନ କରାଯାଇଥିଲା । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ ବହି, ପାଠ୍ୟ ଉପକରଣ ତଥା ଖାତା, କଲମ, ଜ୍ୟାମିତି ବାକ୍ସ ଆଦି ପିଲାମାନଙ୍କ ଲାଗି ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ କର୍ମଚାରୀ ସଂଘ ନେତା ଜଗନ୍ନାଥ ରାଉତ, ପ୍ରଭାତ ନାୟକ, ସମାଜସେବୀ ଶ୍ରୀଧର ପ୍ରସାଦ ଲାହା, ସୀତା ମାରାଣ୍ଡି, ପୂଜ୍ୟପୂଜାର ସଂସଦର  ରୂପକ ବିହାରୀ ରାୟ, ଶିଶୁ ଅନୁଷ୍ଠାନର ଶୁଭଶ୍ରୀ ରଚନା ମହାନ୍ତି, ସୁମତି ପୃଷ୍ଟି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Comments are closed.