ବୈତରଣୀ ନଦୀପଠାରୁ ମଇଁଷିକୁ ଝାମ୍ଫିନେଲା କୁମ୍ଭୀର

ଆରଡି: ଚାନ୍ଦବାଲି ବ୍ଲକ ଆରଡି ନିକଟସ୍ଥ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରୁ ଏକ ମଇଁଷିକୁ ଝାମ୍ପିନେଲା କୁମ୍ଭୀର ।   ସୂଚନା ମୁତାବକ ନଦୀପଠାରେ କିଛି ମଇଁଷି ଚରୁଥିବା ବେଳେ ଗୋଟିଏ ମଇଁଷି ନଦୀରେ ପାଣି ପିଇବାକୁ ଯାଇଥିଲା । ସେହି ସମୟରେ ନଦୀରେ ଥିବା ୧୪\୧୫ଫୁଟ ଲମ୍ବର ଏକ କୁମ୍ଭୀର ମଇଁଷିଟିକୁ ଝାମ୍ଫି ନେଇଥିଲା । ଫଳରେ ଅନ୍ୟା ମଇଁଷି ମାନେ ଭୟରେ ସେଠାରୁ ଦୌଡି ଚାଲି ଯାଇଥିଲେ।  ଉପସ୍ଥିତ ଥିବା ମଇଁଶି ମାଲିକମାନେ ମଇଁଶିଙ୍କର ଏପରି ଦୌଡ ଦେଖି ନଦୀ ପଠାକୁ ଆସିଥିଲେ। ହେଲେ ହିଂସ୍ର କୁମ୍ଭୀର ମଇଁଶିଟିକୁ  ଦୀର୍ଘ ସମୟ ଧରି ନଦୀରେ ବୁଡାଇ ରଖିବା ପରେ ଛାଡି ଦେଇଥିଲା । ପରେ ନଦୀର କିଛି ଦୂରରୁ ମଇଁଶିକୁ ଉଦ୍ଧାର କରିଥିଲେ ମଧ୍ୟ ମଇଁଷିଟିର ମୃତ୍ୟୁ ହୋଇଥିଲା ।

Comments are closed.