ଭଦ୍ରକରେ ୧ଘଣ୍ଟିଆ ରେଳରୋକ

ଭଦ୍ରକ: ମେମୁ ଟ୍ରେନକୁ ଅଟକାଇ ପ୍ରତିବାଦ କଲେ ଯାତ୍ରୀ ଓ ଭଦ୍ରକ ବାସୀ ।  ଭଦ୍ରକରୁ ୧୯୯୭ ମସିହାରୁ ଡିଏମୟୁ ଭୁବନେଶ୍ବରକୁ ଯାତ୍ରା କରି ଆସୁଥିଲା । ପରବର୍ତ୍ତୀ ଅବସ୍ଥାରେ ଡିଏମୟୁ ମେମୁକୁ ରୂପାନ୍ତରିତ ହୋଇଥିଲା । କିନ୍ତୁ ଗତ ଜାନୁୟାରୀ ମାସ ୬ତାରିଖରୁ ଏହି ଟ୍ରେନକୁ ବାଲେଶ୍ୱରକୁ ସମ୍ପ୍ରସାରିତ କରାଯାଇଛି । ଟ୍ରେନର ଗତିପଥ ସମ୍ପ୍ରସାରଣ ଯୋଗୁଁ ଭଦ୍ରକରୁ ଯାତାୟତ କରୁଥିବା ଯାତ୍ରୀମାନେ ଏବେ ସିଟ ନପାଇ ହଇରାଣ ହେଉଛନ୍ତି । ତେଣୁ ଟ୍ରେନର ସମ୍ପ୍ରସାରଣକୁ ବିରୋଧକରି ପୂର୍ବତନ ବିଧାୟକ ନରେନ ପଲେଇଙ୍କ ସହ ବହୁ ବୁଦ୍ଧିଜୀବୀ ଓ ଜିଲ୍ଲାବାସୀ ଆଜି ସକାଳ ୬ରୁ ୭ଟା ଯାଏ ରେଳରୋକ କରିଥିଲେ । ଯେ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାବାସୀଙ୍କ ପାଇଁ ସ୍ୱତନ୍ତ୍ର ଲୋକାଲ ଟ୍ରେନ ନ ଦିଆଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି ।

Comments are closed.