ଭଦ୍ରକ ମଦମୃତ୍ୟୁ ବିଭୀଷିକା ସଂଖ୍ୟା ୧୦ରେ ପହଞ୍ଚିଲା

ଭଦ୍ରକ : ଭଦ୍ରକ ଜିଲା ତିହିଡି ଓ ଚାନ୍ଦବାଲି ବ୍ଲକରେ ବିଷାକ୍ତ ମଦ୍ୟପାନ ଜନିତ ମୃତ୍ୟୁ ସଂଖ୍ୟାରେ ୧୦ରେ ପହଞ୍ଚିଛି। ଏହି ଘଟଣାରେ ୧୨୧ଜଣ ଅସୁସ୍ଥ ରହିଛନ୍ତି। ଅସୁସ୍ଥ ଲୋକମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍ଗୀନ ଥିବା ମଧ୍ୟ ଜଣାପଡିଛି। ତିହିଡି ବ୍ଲକର ଦୌଲତପୁର ଅଞ୍ଚଳର ୬ଜଣ ଓ ଚାନ୍ଦବାଲି ବ୍ଲକର ୪ଜଣଙ୍କ ମୃତ୍ୟୁ ହୋଇଛି।

Comments are closed.