ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମା’-ପୁଅଙ୍କ ମୃତ୍ୟୁ

ବାସୁଦେବପୁର: ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ର ଜୀବନ । ନା କାଳର କବଳରୁ ବଞ୍ଚିପାରିଲା ପୁଅ ନା ବଞ୍ଚିପାରିଲା ମମତାମୟୀ ମା’ । ଭଦ୍ରକ୍ ଜିଲ୍ଲା ବାସୁଦେବପୁର ବ୍ଲକଦେ ଦେଖିବାକୁ ମିଳିଛି ଏମିତି କିଛି । ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଉଭୟ ମା’ ଓ ପୁଅଙ୍କର ଜୀବନ ଚାଲିଯାଇଛି । ମୃତକ ଦୁଇ ଜଣେ ହେଲେ ମା ଲକ୍ଷ୍ମୀମଣି ନାୟକ ଏବଂ ପୁଅ ସପନ ନାୟକ ।

ସୂଚନା ମୁତାବକ ଗତ କାଲି ବିଳମ୍ବିତ ରାତିରେ ପାଣି ମୋଟର ଚଳାଇବା ବେଳେ ହଠାତ ପୁଅ ସପନ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ।  ଏହା ଦେଖି ମା’ ଲକ୍ଷ୍ମୀମଣି ପୁଅକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ । ତେବେ ପୁଅ ସପନ ନାୟକକୁ ବଞ୍ଚାଇବାକୁ ଯାଇ ମା’ ଲକ୍ଷ୍ମୀମଣି ନାୟକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଉଭୟ ଙ୍କୁ  ସ୍ଥାନୀୟ ଲୋକେ ଉଦ୍ଧାର କରି ବାସୁଦେବପୁର ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ହେଲେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି ।

Comments are closed.