ଭଦ୍ରକ ଜିଲ୍ଲାର ମାଳଦା ସେବା ସମବାୟ ସମିତିର ସଂପାଦକ ନିଲମ୍ବିତ

ଡାଟା ଏଣ୍ଟି୍ର ଅପରେଟର କାର୍ଯ୍ୟରୁ ବହିଷ୍କୃତ

ଭୁବନେଶ୍ୱର: ଧାନକିଣାରେ ଅନିୟମିତତା ଏବଂ ବିଭାଗ ଦ୍ୱାରା ଜାରି କରାଯାଇଥିବା ଧାନକିଣା ସଂପର୍କିତ ନିର୍ଦେଶାବଳୀର ଉଲ୍ଲଙ୍ଘନ ଅଭିଯୋଗରେ ଭଦ୍ରକ ଜିଲା ଅନ୍ତର୍ଗତ ମାଳଦା ସେବା ସମବାୟ ସମିତିର ଭାରପ୍ରାପ୍ତ ସଂପାଦକ ମଦନମୋହନ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏଥି ସହିତ ସମିତିର ଡାଟା ଏଣ୍ଟି୍ର ଅପରେଟର ଧୀରେନ୍ଦ୍ର କୁମାର ଧଳଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ନିଲମ୍ବନ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। ଭଦ୍ରକ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମାଳଦା ସମିତିରେ ଧାନକିଣାର ଅନିୟମିତତା ସଂପର୍କରେ ଯୁଗ୍ମକମିଟି ଦ୍ୱାରା ଯାଞ୍ଚ କରାଯିବା ପରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।

Comments are closed.