ଆସନ୍ତାକାଲିଠୁ ୪୮ ଘଣ୍ଟିଆ ସଂପୂର୍ଣ୍ଣ ସଟଡାଉନ୍ ହେବ ଭଦ୍ରକ ଜିଲା

ଭଦ୍ରକ : ସାରା ରାଜ୍ୟରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ସଂକ୍ରମତିଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଏହାରି ମଧ୍ୟରେ ବିଭିନ୍ନ ଜିଲା ପ୍ରଶାସନ ପକ୍ଷରୁ ନିଜ ନିଜ ଅଞ୍ଚଳରେ ସ୍ଥିତିକୁ ଦେଖି କଟକଣା ଲାଗୁ କରାଯାଉଛି। କରୋନା ସଂକ୍ରମଣ ଦୃଷ୍ଟିରୁ ଭଦ୍ରକ ଜିଲା ପ୍ରଶାସନ ମଧ୍ୟ ଜିଲାକୁ ୪୮ ଘଣ୍ଟା ଯାଏଁ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରିଛନ୍ତି। ଅଗଷ୍ଟ ୧(ଶନିବାର) ଓ ଅଗଷ୍ଟ ୨ (ରବିବାର) ଜିଲାକୁ ସମ୍ପୂର୍ଣ୍ଣ ସଟଡାଉନ୍ କରିବା ନେଇ ଘୋଷଣା କରିଛନ୍ତି ଜିଲାପାଳ । ଆସନ୍ତାକାଲି ସକାଳ ୫ଟାରୁ ଅଗଷ୍ଟ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କାରାଯାଇଛି।  ସଟ୍‌ଡାଉନ ବେଳେ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିଛି । ଜାରି ରହିବ ସ୍ୱାସ୍ଥ୍ୟ ସେବା । ଜରୁରିକାଳୀନ ସେବାରେ ନିୟୋଜିତ କର୍ମଚାରୀ ଯାଆସ କରିପାରିବେ ।


ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ । ଖୋଲିବନି ଦୋକାନ ବଜାର । ପେଟ୍ରୋଲ ପମ୍ପ ଖୋଲା ରହିବ । ଜାରି ରହିବ ମାଲ ପରିବହନ ଓ କୃଷି କାର୍ଯ୍ୟ ଯେଉଁମାନେ ଜରୁରିକାଳୀନ ସେବାରେ ବାହାରକୁ ବାହାରିବେ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି ।

Comments are closed.