ଆଖଣ୍ଡଳମଣିଙ୍କ ମହାଶିବରାତ୍ରି ପାଇଁ ସମ୍ବନୟ ବୈଠକ

ସଂଧ୍ୟାରୁ ବନ୍ଦ ରହିବ ନଦୀଘାଟ

ଆରଡି : ଗତ ମଙ୍ଗଳବାର ଆରଡିପୀଠର ବାବା ଆଖଣ୍ଡଲମଣିଙ୍କ ମହାଶିବରାତ୍ରି ପାଇଁ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମ୍ବନୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବେଠକରେ ମନ୍ଦିରର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଧାମନଗର ଏସଡିପିଓ ମନୋରଞ୍ଜନ ସାମଲ, ଚାନ୍ଦବାଲି ତହସିଲିଦାର ସତ୍ୟଜିତ ରାଉତ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ସେବାୟତ ପ୍ରତିନିଧି ଆଶିଷ ପାଢୀ, ବିଜୟ କୁମାର ଦାଶଙ୍କ ସହ ବହୁ ସେବାୟତ ଉପସ୍ଥିତ ଥିଲେ। ବିଶେଷକରି ମହାଶିବରାତ୍ରି ଦିନ ଆଗନ୍ତୁକ ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାରେ ସମ୍ମୁଖୀନ ନହେବେ ସେଥିପ୍ରତି ସମସ୍ତ ବିଭାଗ ସଜାଗ ରହିବେ ସେଥିପାଇଁ ସମସ୍ତ ବିଭାଗର ଅଧିକାରୀଙ୍କୁ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ।

ସେହିପରି ପୀଠରେ ଜଳପଥ ଓ ସ୍ଥଳପଥ ସମେତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଏସଡଡିପିଓ ଶ୍ରୀ ସାମଲ ପ୍ରକାଶ କରିଥିଲେ। ସେହିପରି ଜଳପଥରେ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଅଧିକ ସଂଖ୍ୟକ ବୋଟ ନିୟୋଜୋତ ରହିବା ସହିତ ଉଭୟ ପାର୍ଶ୍ବରେ ପୁଲିସ ଓ ଓଡ୍ରାଫ ଟିମ ମୁତୟନ ରହିବେ ବୋଲି ଉକ୍ତ ବୈଠକରେ ଆଲୋଚନା ହୋଇଥିଲା। ତାହାସହ ସଂଧ୍ୟା ଠାରୁ ସକାଳ ପର୍ୟ୍ୟନ୍ତ ପୀଠରେ ଥିବା ଧାନକଣିଆ, ତିନିତର ଓ ମୁଆଁ ଘାଟକୁ ବନ୍ଦ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏପରିକି ପୀଠରେ ପାନୀୟଜଳ, ଆଲୋକ ଓ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯିବ ବୋଲି ଅଧିକାରିମାନେ ପ୍ରକାଶ କରିଥିଲେ। ମହାଶିବରାତ୍ରି ଦିନ ମଣିବାବଙ୍କ ସେବାପୂଜା ଯେପରି ସୁଚାର ରୂପେ ସମ୍ପନ୍ନ ସେଥିପାଇଁ ଟ୍ରଷ୍ଟି ଶ୍ରୀ ସାମଲ ସେବାୟତମାନଙ୍କ ସହ ବିଶେଷ ଭାବେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୪ଟି ପଞ୍ଚାୟତର ସରପଞ୍ଚ, ଧୁଷୁରୀ ଥାନା ଅଧିକାରୀ ପ୍ରଫୁଲ ସିଂ, ଆରଡି ପାଣ୍ଡି ଅଧିକାରୀ ପ୍ରଦୀପ ନାୟକ, ଆରଡି ଆର.ଆଇ ଦେବାଷିଶ ରାୟ, ମନ୍ଦିର ସହ-ପରିଚାଳକ ସୁଧାକର ବିଶ୍ୱାଳ, ସେବାୟତ କଳାକର ପାଢୀ, ସନ୍ତୋଷ ପାଢୀ, ମନୋରଞନ ପାଢୀ, ସରୋଜ ଦାସଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦଇଥିଲେ।

Comments are closed.