ବନ୍ୟାଞ୍ଚଳରେ ରୋଗ ପ୍ରତିଷେଧକ ସଚେତନତା ଔଷଧ ବିତରଣ

0

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଚଳିତ ବନ୍ୟାରେ ପ୍ରଭାବିତ ଓଳଗ, ନାନ୍ଦପୁର, ସୁନ୍ଦତପୁର ଓ ଆରଡି ପଞ୍ଚାତୟତରେ ବନ୍ୟା ବିପନ୍ନମାନଙ୍କୁ ସଂକ୍ରମିତ ରୋଗ ପ୍ରତିଷେଧକ ନିମନ୍ତେ ସଚେତନତା ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଓଳଗ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି କ୍ଷୀତିଷ ସାମନ୍ତଙ୍କ ପୈାରହିତରେ ଡ. ସୁଧାକର ଖଟୁଆ, ଡ. ପ୍ରଭାଷ ରଞନ ପଣ୍ଡା, ଫାର୍ମାସିଷ୍ଟ ତାପସ ତରାଇ, ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫ଶହ ବନ୍ୟା ବିପନ୍ନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା। ପରିଶେଷରେ ସ୍ଥାନୀୟ ଅଞ୍ଚଳତ ବୁଦ୍ଧିଜିବୀ ଓ ସ୍ୱେଛାସେବୀମାନଙ୍କ ପକ୍ଷରୁ ବନ୍ୟାଞ୍ଚଳରେ ସାହି ସାହି ବୁଲି ସଫେଇ କରିବା ସହିତ ଲୋକମାନଙ୍କୁ ସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମରେ ମିହିର ନାୟକ, ପ୍ରଶାନ୍ତ ନାୟକ, ଓଳଗ ସରପଞ୍ଚ ଅନୂସୟା ସେଠୀ, ସମାଜସେବୀ ଜଗବନ୍ଧୁ ବେହେରା, ସାଇ ଆହ୍ଲାଦିନୀ ମହାରଣା, କ୍ଷିରୋଦିନୀ ପଣ୍ଡା, ସସ୍ମିତା ଜେନା, ଦିଲିପ ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply