ଭଦ୍ରକ ସୁନା ଚୋରି ଘଟଣାର ଡକାୟତ ଗିରଫ

0

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଗ୍ରାମରେ ଡକାୟତି ଘଟଣାର ଅଭିଯୁକ୍ତ ଗିରଫ ହୋଇଛି। ଅଭିଯୁକ୍ତ ଲକି ଓରଫ ଶିବୁକୁ ପୁଲିସ ଭୁବନେଶ୍ୱର ମହିଁଷାଖାଲ ଅଞ୍ଚଳରୁ ଗିରଫ କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲକିର ବୟାନକୁ ଆଧାର କରି ପୁଲିସ ପଶ୍ଚିମବଙ୍ଗର ଜଣେ ସୁନା ଦୋକାନୀ ରାଜୁ ବାୟରଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଲକି ଚୋରି କରିଥିବା ସୁନା ରାଜୁଙ୍କୁ ଦେଇଥିଲେ। ରାଜୁ ଉକ୍ତ ସୁନାକୁ ତରଳାଇ ଦେଇଥିଲା ଏବଂ ପୁଲିସ ଉକ୍ତ ତରଳାଇବା ସୁନାକୁ ଜବତ କରିଛି।
ସୂଚନା ଯୋଗ୍ୟ ଯେ, ଜୁଲାଇ ୨୬ ତାରିଖରେ ଗ୍ରାମର ସୁଶୀଲ ପଣ୍ଡାଙ୍କ ଘରୁ ନଗଦ ୩୦ହଜାର ଟଙ୍କା ଓ ୬ଲକ୍ଷ ଟଙ୍କାର ସୁନାଗହଣା ଚୋରି ହୋଇଥିଲା।

Leave A Reply