ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ବାସୁଦେବପୁର : ବାସୁଦେବପୁର ଥାନା କୁମାରପୁର କାନ୍ତିପୁର ଆଡିଆ ଗ୍ରାମ୍ୟ ଜଙ୍ଗଲରୁ ମଙ୍ଗଳବାର ଝୁଲନ୍ତା ଅବସ୍ଥାରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ଯୁବକ ଜଣଙ୍କ କୁମାରପୁର ଗ୍ରାମର ବେନୁଆ ମାଝୀଙ୍କ ପୁଅ କୈଳାସ(୩୮) ବୋଲି ସୂଚନା ମିଳିଛି। ଜମିଜମା ପାଇଁ ପୂର୍ବ ବିବାଦକୁ ନେଇ କୈଳାସକୁ ମାରି ଟାଙ୍ଗି ଦିଆଯାଇଥିବା ସ୍ତ୍ରୀ ପଦ୍ମାବତୀ, ଶ୍ବଶୁର ଉମାକାନ୍ତ ପରିଡା ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଥିବା ଜଣାପଡିଛି ।

Comments are closed.