ମୁଣ୍ଡ ନେଲା “ଅମ୍ପନ” : କାନ୍ଥ ଭୁଶୁଡ଼ି ଶିଶୁ ପୁତ୍ରର ମୃତ୍ୟୁ

ଭଦ୍ରକ : ବାତ୍ୟା ଅମ୍ପନ ପ୍ରଭାବରେ ଓଡିଶାର ଅନେକ ସ୍ତାନ‌ରେ ବର୍ଷା ସହ ପବନ ଲାଗି ରହିଛି। ପ୍ରବଳ ପବନ ଯୋଗୁ କେତେକ ସ୍ଥାନରେ ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ପଡିଥିବା ଦେଖାଯାଇଛି। ତେବେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କାଂପଡ଼ା ଗାଁରେ କାନ୍ଥ ଭୁଶୁଡ଼ି ଜଣେ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। କାନ୍ଥ ପଡ଼ି ସ୍ଥାନୀୟ ବଳରାମ ଦାସଙ୍କ ତିନି ମାସର ପୁଅର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Comments are closed.