ଠିକ୍ ଖାଦ୍ୟ ନମିଳିବାରୁ ରାଜପଥ ଅବରୋଧ କଲେ ପ୍ରବାସୀ ଓଡିଆ

ଭଦ୍ରକ : ଜାତୀୟ ରାଜପଥ ଅବରୋଧ କରିଛନ୍ତି ପ୍ରବାସୀ ଓଡିଆ । ଭଦ୍ରକ ଜିଲା ୧୬ ନମ୍ବର ଜାତୀୟରାଜପଥର ରିଲିଆନ୍ସ ପେଟ୍ରୋଲ ଟାଙ୍କି ନିକଟରେ ରାସ୍ତା ଉପରେ ବସିଛନ୍ତି ପ୍ରବାସୀ ଓଡିଆ । ଯାହାକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ସୂଚନା ଅନୁସାରେ ଗତକାଲି ବରଗଡ ଅଞ୍ଚଳର କିଛି ପ୍ରବାସୀ କୋଇମ୍ବାଟୁରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଆସି ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନ ରେ ଓହ୍ଲାଇଥିଲେ । ସେଠାରେ ସେମାନଙ୍କ ସ୍କ୍ରିନିଂ କରାଯିବା ସହ ବରଗଡ ଜିଲାପ୍ରଶାସନକୁ ସେମାନଙ୍କୁ ନେବାପାଇଁ ଯୋଗାଯୋଗ କରାଯାଇଥିଲା । ବରଗଡ ଜିଲାପ୍ରଶାସନ ଭଦ୍ରକକୁ ସ୍ୱତନ୍ତ୍ର ବସ ପଠାଇଛନ୍ତି ବସ ସେଠାରେ ପହଞ୍ଚିବାକୁ ସମୟ ଲାଗିବା କାରଣରୁ ଭଦ୍ରକ ଜିଲା ପ୍ରଶାସନ ସେମାନଙ୍କୁ ଏକ କଲେଜରେ ରଖିଥିଲେ ।

କିନ୍ତୁ ସେଠାରେ ସେମାନଙ୍କୁ ଠିକ ଖାଇବା ଦିଆଯାଉନଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିଛନ୍ତି ପ୍ରବାସୀ ଓଡିଆ । ସେମାନଙ୍କୁ ଦେଖି ସ୍ଥାନୀୟ ଲୋକେ ଉତ୍ୟକ୍ତ ହେଲେ । କାରଣ ସୁରକ୍ଷା ଦୃଷ୍ଟିରୁ ଲୋକେ ଆତଙ୍କିତ ହୋଇଥିଲା । ଶେଷ ରେ ଭଦ୍ରକ ଗ୍ରାମଞ୍ଚଳ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରିତ କରିଛି ।

 

Comments are closed.