ବନିସି କଣ୍ଟାରେ ଧରାପଡିଲା ବଉଳା କୁମ୍ଭୀର

ଭଦ୍ରକ : ବାସୁଦେବପୁର ବ୍ଲକ ଜଗନ୍ନାଥପୁର ସ୍ଥିତ ସାରଙ୍ଗପୁର ଗାଁ ପାଖ କାଂଶବାସ ନଦୀର ମାଛଧରିବା ପାଇଁ ପଡିଥିବା ବନିସି କଣ୍ଟାରେ ଶୁକ୍ରବାର ଏକ ବଉଳା କୁମ୍ଭୀର ଧରା ପଡିଛି। ସକାଳେ ବନିସୀ ପକାଇଥିବା ଲୋକ ଏହି ଘଟଣା ଦେଖି ପାଖ ଲୋକଙ୍କୁ ଡାକି କୁମ୍ଭୀରଟିକୁ କାବୁକରି ବାନ୍ଧି ରଖିଥିଲେ । ଖବର ପାଇ ବାସୁଦେବପୁର ବନ ବିଭାଗ କୁମ୍ଭୀରକୁ ଆଣି ତା ପେଟରେ ଲାଗିଥିବା ବନିସୀ କଣ୍ଟାକୁ ସ୍ଥାନୀୟ ପ୍ରାଣୀ ବିଭାଗ ଦ୍ଵାରା ବାହାର କରିଥିଲେ । କୁମ୍ଭୀରଟିର ଲମ୍ଵ ପାଖାପାଖି ସାଢ଼େ ଚାରିଫୁଟ ହେବ। ଓଜନ ୩୦ କେଜି। ଶେଷରେ ବନ ବିଭାଗ ସ୍ଥାନୀୟ ମନ୍ତିଇ ନଈରେ ଛାଡିବାକୁ ନେଇଥିବା ସୂଚନା ମିଳିଛି ।

Comments are closed.