ଆଜିର ଯୁବ ସମାଜ ସାହିତ୍ୟାନୁରାଗୀ ହେବା ସମାଜ ପ୍ରତି ବଡ ଅବଦାନ

ଲୋକାର୍ପିତ ହେଲା “ଧାମରା” ପୁସ୍ତକ

ଧାମରା: ଧାମରାର ଅଧିଷ୍ଠାତ୍ରୀ ଦେବୀ ମା ଧାମରାଇଙ୍କ ମନ୍ଦିର ପ୍ରାଙ୍ଗଣରେ କବି ଚନ୍ଦ୍ରମଣି ଦାସଙ୍କ ଦ୍ୱାରା ରଚିତ ଏବଂ ଡ. ଅରବିନ୍ଦ ଗିରିଙ୍କ ଦ୍ୱାରା ସମ୍ପାଦିତ ଧାମରା ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବକୁ କେନ୍ଦ୍ର ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଓଡିଆ ଭାଷା ସାହିତ୍ୟର ଓଡିଶାର ଆବାହକ ଡ.ବିଜୟାନନ୍ଦ ସିଂହ ପ୍ରଦ୍ୱୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ କବୟତ୍ରୀ ପ୍ରଫେସର ଡ. ମନୋରମା ମହାପାତ୍ର।ସମ୍ମାନୀତ ଅତିଥି ଭାବରେ ସମାଜ ଉତର ଓଡିଶା ସଂସ୍କରଣ ମୁଖ୍ୟ କୁଳମଣୀ ବାରିକ,ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ପ୍ରଫେସର ଡ. ଶଶଧର ଦାସ,ଶୈଳେନ୍ଦ୍ର ନାରାୟଣ କଲେଜର ଅଧ୍ୟକ୍ଷ ପ୍ରଫେସର ବୈକୁଣ୍ଠ ପରିଡା, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଶାନ୍ତନୁ କୁମାର ମହାନ୍ତି,ସମ୍ମାନୀତ ବକ୍ତା ଭାବେ ଉତର ଓଡିଶା ବିଶ୍ୱବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ପ୍ରଫେସର ଡ. ଜଗନ୍ନାଥ ଲେଙ୍କା,ଅନ୍ୟତମ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀର ଅନ୍ୟତମ ସଦସ୍ୟ ପୂର୍ଣଚନ୍ଦ୍ର ଗହଣି ପ୍ରମୁଖ ଯୋଗ ଦେଇଥିଲେ।

ରବିବାର ଏହି ଶୁଭ ଅବସରରେ ସମସ୍ତ ବକ୍ତା ନିଜର ବକ୍ତବ୍ୟରେ ଆଜିର ଯୁବ ସମାଜ ସାହିତ୍ୟାନୁରାଗୀ ହେବା ଜରୁରୀ ବୋଲି ମତ ପୋଷଣ କରିଥିଲେ। ଓଡିଆ ଭାଷା ସାହିତ୍ୟକୁ ଉଜ୍ଜୀବୀତ କରିବାର ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଓଡିଆ ଭାଷା ସାହିତ୍ୟକୁ ପୁନ ରୁଦ୍ଧାର କରିବା ପାଇ ଯୁବ ସମାଜଁ ଆଗେଇ ଆସିଲେ ତାହା ଓଡିଆ ଭାଷା ସାହିତ୍ୟ ତଥା ସମାଜ ପ୍ରତି ଶ୍ରେଷ୍ଠ ଅବଦାନ ହେବ ବୋଲି ମଧ୍ୟ ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ମାନେ ନିଜର ବକ୍ତବ୍ୟରେ ଧାମରା ବର୍ତମାନ ତ୍ରିବେଣୀ ସଙ୍ଗମ ବୋଲି ଅବିହିତ କରିବା ସହ କେଉଁ ପରିସ୍ଥିତିରେ କନିକାର ରାଜା ସାରା ବିଶ୍ୱରେ କନିକାର ନାମକୁ ବିଶ୍ୱରେ ପ୍ରସିଦ୍ଧି କରାଇଥିଲେ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ଆଜିର ଏହି ଉତ୍ସବରେ ଧାମରାର ପୂର୍ବତନ ଜିଲ୍ଲା ପରିଷଦ ତଥା ସମାଜସେବୀ ବଳଭଦ୍ର ଲେଙ୍କା ସଭାପତିତ୍ୱ କରିଥିବା ବେଳେ ଡ ଅରବିନ୍ଦ ଗିରି ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ସମାଜର ସାମ୍ବାଦିକ ବନମାଳି ବାରିକ, ଧାମରା ଜୋନର ପୂର୍ବତନ ଜିଲ୍ଲା ପରିଷଦ ଦିଗମ୍ବର ଦାସ,ଦୋସିଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଅଶୋକ ଜାନା, ଜାଗୁଳା ପଞ୍ଚାୟତର ସରପଞ୍ଚ ସୁରେଶ କୁମାର ମାହୁନ୍ତ,ଧାମରା ପଞ୍ଚାୟତର ଶରତ ଦଳେଇ, କରଞମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ କେଶବ ଚନ୍ଦ୍ର ନାୟକ,ଧାମରା ଜୋନର ଜିଲ୍ଲା ପରିଷଦଙ୍କ ପ୍ରତିନିଧି ପରୀକ୍ଷିତ ଦାସ, ସମାଜସେବୀ ଉଗ୍ରେସନ ମଢୁଆଳ, କାର୍ତିକଚନ୍ଦ୍ର ଖିଲାର,ଧାମରା ଅଞ୍ଚଳର ସେବା ନିବୃତ ସେନା କର୍ମଚାରୀ ନରହରି ମଲିକ,ଜାଗୁଳା ପଞ୍ଚାୟତର ସମିତିସଭ୍ୟ ପ୍ରମୋଦ ନାୟକ ,ଧାମରା ପଞ୍ଚାୟତ ସେବା ସମବାୟ ସମିତିର ସଭାପତି ଅଭିମନ୍ୟୁ ରାଉତ,ଧାମରାଇ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିଲୋଚନ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଲୋକର୍ପଣ ଉତ୍ସବରେ ଯୋଗ ଦେଇଥିଲେ। ଶେଷରେ ସମାଜସେବୀ ନରହରି ମଲିକ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସମାପ୍ତ ହୋଇଥିଲା।

Comments are closed.