ସାରଦୀୟ ପୂଜା ପାଇଁ ଆଖଣ୍ଡଳମଣିଙ୍କ ପୀଠ ଚଳଚଞ୍ଚଳ

ଆରଡି : ପବିତ୍ର ସାରଦୀୟ ପୂଜା ନିମନ୍ତେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ଆଖଣ୍ଡଳମଣିଙ୍କ ମନ୍ଦିରରେ ପୂଜା ପାଉଥିବା ପୀଠଦେବୀ ଜୟଦୁର୍ଗାଙ୍କୁ ପୀଠ ମହାଷ୍ଟମୀ ତିଥି ଅବସରରେ ସଂହବାହିନୀ ବେଶରେ ସଜ୍ଜିତ କରାଯାଇଥିବା ବେଳେ ମୃଣ୍ମୟ ମୂର୍ତ୍ତୀଙ୍କ ନିକଟରେ ସପ୍ତମୀ ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେଉଅଛି। ସେହିପରି ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ବିମଳା ମନ୍ଦିର, ଶିବଗଙ୍ଗା ପୁଷ୍କରିଣୀ କୂଳରେ ଥିବା ମାତାରିଣୀ ମନ୍ଦିରରେ ମହାଷ୍ଟମୀ ନୀତିକାନ୍ତି ଅନୁଷ୍ଠିତ ହେବା ସହିତ ରାତ୍ରରେ ଅପରାଜିତା, ଚଣ୍ଡିପାଠ ସହ ବିଶେଷ ପୂଜାର୍ଚ୍ଚନା କରାଯିବ। ଅନ୍ୟପଟେ କନକଦୁର୍ଗାଙ୍କ ମନ୍ଦିରରେ ମହାଷ୍ଟମୀ ନୀତି ପାଳିତ ହେବା ସହ ଅଦ୍ଧରାତ୍ରରେ ଆମିଷ ଭୋଗ ଓ କୁସୁମାଣ୍ଡ ବଳି ଲାଗି ହେବାର ପରମ୍ପରା ରହିଛି।

Comments are closed.