ଆଖଣ୍ଡଳମଣି ମନ୍ଦିରର ବରିଷ୍ଠ ସେବକଙ୍କ ପରଲୋକ

0

ଆରଡି: ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମ  ବାବା ଆଖଣ୍ଡଳମଣିଙ୍କ ମନ୍ଦିରର ବରିଷ୍ଠ ତଥା ଶତାୟୁ ସେବକ ଦଶରଥ ପାଢୀଙ୍କର ଶନିବାର ପରଲୋକ ଘଟିଛି। ଶ୍ରୀ ପାଢୀ ମନ୍ଦିରର ବରିଷ୍ଠ ସେବକ ଭାବେ କାର୍ଯ୍ୟ ତୁଲାଇବା ସହିତ ମନ୍ଦିରର ବିଭିନ୍ନ ନୀତିକାନ୍ତି ଓ ପର୍ବପର୍ବାଣୀରେ ଅନୁଷ୍ଠିତ ହେଉଥିବା ସ୍ୱତନ୍ତ୍ର ନୀତିକାନ୍ତି ନିମନ୍ତେ ପରାମର୍ଶ ଦେଇଥାନ୍ତି। ଯାହାକି ତାଙ୍କର ପରାମର୍ଶ କ୍ରମେ ମଣିବାବାଙ୍କର ବହୁ ନୀତିକାନ୍ତି କରାଯାଇଥାଏ ବୋଲି ମନ୍ଦିରର ବହୁ ସେବାୟତ ପ୍ରକାଶ  କରିଛନ୍ତି। ତାଙ୍କର ମୃତ୍ୟୁ ବେଳକୁ ୧୦୨ବର୍ଷ ହୋଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ଅନ୍ୟପଟେ ଶ୍ରୀ ପାଢୀ ଦୈନିକ ସମାଜ ଖବର କାଗଜର ନିୟମିତ ପାଠକ ଥିବା ବେଳେ ଅର୍ଥଶାସ୍ତ୍ର, ଇତିହାସ, ଗୀତା ଭାଗବତ ଆଦି ଆଲୋଚନା କରିବା ପାଇଁ ସବୁବେଳେ ଭଲ ପାଆନ୍ତି। ଏପରିକି ଦୀର୍ଘ ୬୦/୭୦ବର୍ଷ ଧରି ମଣିବାବାଙ୍କ ସେବାପୂଜା କରିବା ସହ ବିଭିନ୍ନ ପର୍ବପର୍ବାଣୀରେ ନିଜକୁ ସାମିଲ କରିଥାନ୍ତି। ତାଙ୍କର ମୃତ୍ୟୁ ବେଳକୁ ପୁତ୍ର ଅକ୍ଷୟ, ବଙ୍କିମ, ଅରୁଣ, ପୁତ୍ରବଧୂ, ନାତିନାତୁଣୀ ଉପସ୍ଥିତ ଥିଲେ। ଶ୍ରୀ ପାଢୀଙ୍କ ମୃତ୍ୟୁକୁ ନେଇ ସାରା ଆରଡିପୀଠରେ ଶୋକର ଛାୟା ଖେଳିଯିବା ସହ ମନ୍ଦିର ସେବାୟତ ଓ ବରିଷ୍ଠ ନାଗରୀକମାନେ ଶୋକ ପାଳନ କରିଥିଲେ।

Leave A Reply