ଶବ ଛାଡି ଆସି ଶବ ହୋଇଗଲେ, ଟ୍ରକ୍‌ ସହ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ; ୫ ମୃତ

ଭଦୋହି : ଉତ୍ତରପ୍ରଦେଶର ଭଦୋହିରେ ମଙ୍ଗଳବାର ସକାଳେ ଦ୍ରୁତ ଗତିରେ ଥିବା ଏକ ଆମ୍ବୁଲାନ୍ସ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଘଟଣାରେ ଗୋପୀଗଞ୍ଜ କୋଟୱାଲି ଅଞ୍ଚଳର ଆମୱା ଗ୍ରାମରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ, ଆମ୍ବୁଲାନ୍ସ ଟି ଆସନସୋଲରେ ମୃତଦେହକୁ ଛାଡି ଚିତ୍ତୋରଗଡକୁ ଯାଉଥିଲେ। ଆମ୍ବୁଲାନ୍ସରେ ପାଞ୍ଚ ଜଣ ଲୋକ ଥିଲେ। ସମସ୍ତଙ୍କ ଜଣଙ୍କର ମୃତ୍ୟୁ ହୋଇଛି।

କୁହାଯାଉଛି ଯେ, ଆମ୍ବୁଲାନ୍ସ ଚାଳକର ଆଖି ଲାଗି ଯିବା କାରଣରୁ ଏହି ଦୁର୍ଘଟଣା ଘଟିଛି। ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସମସ୍ତ ମୃତଦେହକୁ ବ୍ୟବଚ୍ଛେ ପାଇଁ ପଠାଇଛି। ଏଥିସହ ମୃତକଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି।

Comments are closed.