ବଡ଼ଧରଣର ଲୁଟ୍‌ ; ବାଇକ୍‌ରେ ଆସି ନେଇଗଲେ କେଜିଏରୁ ଅଧିକ ସୁନା

ଭଦ୍ରକ : ଆଜି ବାସୁଦେବପୁର ବେତଡା ବଜାରରେ ଗହଣା ଦୋକାନରୁ ବଡ଼ଧରଣର ଲୁଟ୍‌ ଲୁଟ୍‍ ହୋଇଛି। । ବଜାରରେ ଥିବା ତୁଳମତୁଳାର ସତ୍ୟାନନ୍ଦ ସାହୁଙ୍କ ପୁଅ ତାରାକାନ୍ତ ସାହୁଙ୍କ ବେତଡା ବଜାର ସ୍ଥିତ କାଶୀଶ୍ୱର ଜୁଏଲାରୀ ଦୋକାନରୁ କେଜିଏରୁ ଅଧିକ ସୁନା ଲୁଟ୍‌ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବଜାରରେ ଥିବା କାଶୀଶ୍ୱର ସୁନା ଦୋକାନରୁ ଲୁଟ୍‌ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି କେଜିଏରୁ ଅଧିକ ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟ୍‌ ନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଜାରି ରଖିଛି । ତେବେ କିଏ ଓ କାହିଁକି ଏହି ଲୁଟ୍‌ କରିଛି , ସେନେଇ ବିଭିନ୍ନ ଦିଗକୁ ନେଇ ଖୋଲତାଡ଼ କରାଯାଉଛି।

Comments are closed.